ସୁନ୍ଦରୀ ଆକ୍ରମଣରେ ଜଣେ ମୃତ, ସାମ୍ବାଦିକ ଆହତ

0

ଅନୁଗୁଳ : ବାଘୁଣୀ ସୁନ୍ଦରୀ ପୁଣି ମଣିଷ ଶିକାର କରିଛି। ପୁରୁଣା କୋଟ ଅନ୍ତର୍ଗତ ଟାଇଁସି ଗାଁରେ ଜଣେ ବ୍ୟକ୍ତି ସୁନ୍ଦରୀ ଆକ୍ରମଣରେ ପ୍ରାଣ ହାରିଥିବା  ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ତ୍ରିନାଥ ସାହୁ (୬୫) । ସେହିପରି ସୁନ୍ଦର ଆକ୍ରମଣରେ ବୈଦ୍ୟୁତିକ ଗଣମାଧ୍ୟମର ଜଣେ ସାମ୍ବାଦିକ ରଘୁନାଥ ସାହୁ ଆହତ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳେ ଚାଷ କରିବାକୁ ଯାଇଥିବା ବେଳେ ସୁନ୍ଦରୀ ତାଙ୍କୁ ଆକ୍ରମଣ କରିଥିଲା । ମୃତକଙ୍କ ବେକରେ ଛିଦ୍ର ହୋଇଥିବା କାରଣରୁ ଏହା ସୁନ୍ଦରୀର କାମ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି । ଗ୍ରାମରେ ଲୋକେ ଭୟଭୀତ ହୋଇ ରହିଛନ୍ତି।

ଏ ସଂପର୍କରେ ସୂଚନା ପାଇବା ପରେ ଏସିଏଫ୍‍ ଗାଁକୁ ଯାଇଥିଲେ । ଏସିଏଫ୍‍, ଫରେଷ୍ଟର ଓ ୫ ଜଣଙ୍କୁ ଗ୍ରାମବାସୀଙ୍କୁ ଅଟକ ରଖିଛନ୍ତି ।
ଏହା ପୂର୍ବରୁ ସୁନ୍ଦରୀ ୨ ଥର ଜନବସତିକୁ ପଶିଥିବା ସହ ସେପ୍ଟେମ୍ବର ୧୨ ତାରିଖରେ ଜଣେ ମହିଳାଙ୍କୁ ମାରିଥିବା ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।

Leave A Reply