ପାଚେରି ଡେଇଁ ପୋଷା କୁକୁରକୁ ନେଇଗଲା ଚିତାବାଘ

ନୂଆଦିଲ୍ଲୀ : ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଆଶ୍ଚର୍ଯ୍ୟଚକିତ କରିବା ସହ ଲୋମଟାଙ୍କୁରୀ ଉଠିଥାଏ। ଏଭଳି ହିଁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଏକ ଚିତାବାଘ ପାଚେରୀ ଡେଇଁ ଗୋଟିଏ ପୋଷା କୁକୁରକୁ ଝାମ୍ପି ନେଇଛି। ପ୍ରାୟ ୧୦ ଫୁଟ ଉଚ୍ଚତାର ଏକ ଗେଟ୍ ଡେଇଁ କୁକୁରକୁ ନେଇ ପଳାଇଥିବା ଦେଖାଯାଇଛି। ଏହି ଭିଡିଓରେ, ଉପଭୋକ୍ତାମାନେ ଅନେକ ମନ୍ତବ୍ୟ ଦେଉଛନ୍ତି । ଏହି ଭିଡିଓ ଛତ୍ରପୁରର କୁହାଯାଇଛି। କିନ୍ତୁ ଏହା ନିଶ୍ଚିତ ହୋଇନାହିଁ। ଜଣେ ଆଇଏଫଏସ ଅଧିକାରୀ ମଧ୍ୟ ଏହି ଭିଡିଓଟିକୁ ସେୟାର କରିଛନ୍ତି।
ପ୍ରକାଶିତ ଖବର ଅନୁଯାୟୀ ଚିତାବାଘ ପ୍ରଥମେ କୁକୁର ଉପରେ ଆକ୍ରମଣ କରି ପାଟିରେ ଦବାଇ, ସେ ୧୦ ଫୁଟ ଉଚ୍ଚତାର ଫାଟକରୁ ଡେଇଁ କୁକୁରକୁ ଝାମ୍ପି ନେଇଛି । ଏହି ଭିଡିଓଟି ଡିସେମ୍ବର ମାସର ବୋଲି ଜଣାପଡିଛି। ଏହି ଘଟଣାଟି ସିସିଟିଭି ଫୁଟେଜରେ କଏଦ ହୋଇଥିଲା । ପରେ ଏହି ଭିଡିଓ ଭାଇରାଲ ହୋଇଥିଲା । ଖବର ପାଇ ବନ ବିଭାଗର ଅଧିକାରୀମାନେ ମଧ୍ୟ ଘଟଣା ପରେ ପହଞ୍ଚିଥିଲେ । କିନ୍ତୁ ସେମାନେ ଚିତାବାଘର ପାଦଚିହ୍ନ ପାଇପାରିନଥିଲେ। ଏହା ପୂର୍ବରୁ ମଧ୍ୟ ଉକ୍ତ ଅଞ୍ଚଳରେ ଚିତାବାଘ ଦେଖାଯାଇଥିଲା, ବାଘଟିକୁ ଧରିବା ପାଇଁ ଜାଲ ବିଛାଯାଇଥିଲା । ମାତ୍ର ବାଘଟି ଧରାପଡିନଥିଲା।
ବନ ବିଭାଗ କହିବା ଅନୁଯାୟୀ, ଚିତାବାଘଟି ବାଟମଣା ହୋଇ ପଳାଇ ଆସିଛି। ଏହାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପିଞ୍ଜରା ଓ ଜାଲ ବିଛାଯାଇଛି। ଏହାଉପରେ ନଜର ରଖାଯାଇଛି।

 

Comments are closed.