ବାଘ-କୁମ୍ଭୀର ଲଢେଇ ; ଖାଦ୍ୟକୁ ଜିତିଲା କିଏ ?

ଶିକାରୀ ଶିକାର କରିବା ଏକ ସାଧାରଣ କଥା। ମାତ୍ର କେବେ ୨ଟି ଶିକାରୀ ପରସ୍ପର ସହ ଲଢିବା ଦେଖିଛନ୍ତି କି ?। ବର୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ବାଘ ଓ କୁମ୍ଭୀର ମୁହଁରୁ କୌଣସି ଖାଦ୍ୟ ଆଣିବା କେବେ ମଧ୍ୟ ସମ୍ଭବ ନୁହେଁ।
ଭିଡ଼ିଓଟିରେ ଦେଖିବାକୁ ମିଳୁଛି ଗୋଟିଏ ବାଘ କିଭଳି କୁମ୍ଭୀର ମୁହଁରୁ ତା’ର ଖାଦ୍ୟ ଛଡ଼ାଇ ନେଉଛି। କୁମ୍ଭୀର ମୁହଁରେ ଥିବା ମାଂସ ଖଣ୍ଡକୁ ଦେଖି ବାଘ ତାହାକୁ ଛଡ଼ାଇବାକୁ ଚେଷ୍ଟା କରୁଛି। ନିଜ ଗୋଡ଼ରେ କୁମ୍ଭୀରକୁ ପଞ୍ଝା ମାରୁଛି। କୁମ୍ଭୀର ମଧ୍ୟ ଏହାର ପ୍ରତିବାଦ କରୁଛି। ଶେଷରେ କୁମ୍ଭୀର ମୁହଁରୁ ବାଘ ତା’ର ମାଂସ ଛଡ଼ାଇନେଇଛି। ବର୍ତମାନ ଏହି ଭିଡିଓଟିକୁ ଲୋକେ ଖୁବ ପସନ୍ଦ କରୁଛନ୍ତି।

Comments are closed.