ସାତକୋଶିଆରେ ବାଘ ବଂଶ ବୃଦ୍ଧି ଯୋଜନା ଆରମ୍ଭ

0

ସାତକୋଶିଆ: ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଏକ ବାଘକୁ ଓଡିଶା ଅଣାଯାଇଛି। ବୁଧବାର ବିଳମ୍ବିତ ରାତିରେ ଏହି ବାଘ ଓଡିଶାରେ ପହଞ୍ଚିଛି। ବହୁ ଦିନର ଅପରେସନ ପରେ ମଙ୍ଗଳବାର ଏହି ବାଘକୁ ନିଶ୍ଚେତକ ଔଷଧ ମାରି ଧରାଯାଇଥିଲା । ଏହା ପରେ  ଅନୁଗୁଳ ଅଣାଯାଇଛି ବୋଲି ବନ ବିଭାଗ ତରଫରୁ କୁହାଯାଇଛି। ଅଳ୍ପ ଦିନ ପରେ ଆଉ  ୫ଟି ବାଘ ଆସିବ ବୋଲି ସୂଚନା ମିଳିଛି। ଖୁବ୍ ଶିଘ୍ର ସାତକୋଶିଆରେ ମଧ୍ୟପ୍ରଦେଶର ବାଘ ବିଚରଣ କରିବ ବୋଲି ଅନୁଗୁଳ ବନ ବିଭାଗ ସୂଚନା ଦେଇଛନ୍ତି। ବାଘ ଆଣିବା ପାଇଁ ସ୍ୱତନ୍ତ୍ର ଗାଡିରେ ଫ୍ୟାନ ଓ ଜଳ ସିଂଚନର ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରୁ ୫୫ନଂ ଜାତୀୟ ରାଜପଥ ଦେଇ ଅନୁଗୁଳ ବଡକେରା ବାଘ ପହଞ୍ଚିଥିଲା ପରେ ସେଠାରୁ ବନ୍ତଳା ଛକକୁ ନିଆଯାଇଥିଲା। ବାଘକୁ ବନ୍ତଳା ଛକରୁ ସିଧାସଳଖ ରାୟଗଡା ଜଙ୍ଗଲକୁ ନିଆ ନ ଯାଇ ରାସ୍ତା ପରିବର୍ତ୍ତନ କରାଯାଇ ମହିଧରପୁର ଓ ନରସିଂହପୁର ରାସ୍ତା ଦେଇ ନିଆଯାଇଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି। ତେବେ ବାଘ ବର୍ତ୍ତମାନ କେଉଁଠି ଏନେଇ ପ୍ରଶ୍ନ ଉପୁଜିଥିବା ବେଳେ ବନବିଭାଗ କର୍ମଚାରୀଙ୍କୁ ଟେଲିଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ସ୍ପଷ୍ଟ ଉତ୍ତର ମିଳିନାହିଁ ।

Leave A Reply