ଗିନିଜ୍‌ ରେକର୍ଡରେ ଭାରତର ବାଘ ଗଣନା

ନୂଆଦିଲ୍ଲୀ : ଭାରତରେ ବାଘଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଦେଶର ଗଣନା ପ୍ରକ୍ରିୟା ନୂଆ ରେକର୍ଡ ସ୍ଥାପନ କରିଛି। ଏହା ଗିନିଜ୍ ବିଶ୍ବ ରେକର୍ଡର ଅଧିକାରୀ ହୋଇଛି। ଫଟୋ ଉତ୍ତୋଳନ ମାଧ୍ୟମରେ ଭାରତରେ ବାଘ ଗଣନା କରାଯିବା ହିଁ ଏହି ରେକର୍ଡର କାରଣ। ଗିନିଜ୍‌ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଭାରତ ଏବେ ବାଘଙ୍କ ପାଇଁ ସବୁଠୁ ନିରାପଦ ଦେଶ ହୋଇଛି। ଗଣନାବେ‌େ​‌ଳ ଜଙ୍ଗଲରେ କ୍ବଚିତ ନଜରକୁ ଆସୁଥିବା ବାଘଙ୍କର ୭୬୦୦୦ ଫଟୋ ଉଠାଯାଇଛି। ଏଥିସହିତ କଲରାପତରିଆ ବାଘଙ୍କର ୫୧୦୦୦ରୁ ଅଧିକ ଫଟୋ ଉତ୍ତୋଳନ କରାଯାଇଛି। ବାଘଙ୍କ ଫଟୋ ପାଇବା ପାଇଁ ଜଙ୍ଗଲ ବିଭାଗ ଅଧିକାରୀମାନେ ୧୩୯ଟି ଅଧ୍ୟୟନସ୍ଥଳ​‌ରେ ୨୬ ହଜାର ୭୬୦ କ୍ୟାମେରା ବସାଇଥିଲେ। ସେଥିରୁ ପ୍ରାୟ ୩୫ ନିୟୁତ ଫଟୋ ମିଳିଛି। ଏଥିରେ ଅନ୍ୟାନ୍ୟ ଜୀବଜନ୍ତୁଙ୍କର ଦୁର୍ଲଭ ଫଟୋ ଉଠାଯାଇପାରିଛି। ୨୦୧୪ରେ ଭାରତରେ ୨୨୨୬ ବାଘ ଥିବାବେଳେ ୨୦୧୮ରେ ଏହି ସଂଖ୍ୟା ୨୯୬୭କୁ ବୃଦ୍ଧି ପାଇଛି।

Comments are closed.