ପୁଣି ବାଘ ଚମଡ଼ା ଜବତ

0

କଳାହାଣ୍ଡି : କଳାହାଣ୍ଡି ଜିଲାରେ ବୁଧବାର ପୁଣି ବାଘ ଚମଡ଼ା ଜବତ ହୋଇଛି। ଲାଞ୍ଜିଗଡ଼ ବିଶ୍ୱନାଥପୁର ପୁଲିସ ଅମ୍ବାଦଳା ଧଅଁରାଭଟା ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ଏହି ବାଘ ଚମଡ଼ା ଜବତ କରିଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ପାଟ୍ରୋଲିଂ କରୁଥିବା ସମୟରେ ପୁଲିସ ସନ୍ଦେହରେ ବାଇକକୁ ଅଟକାଇବାକୁ ଚେଷ୍ଟା କରିଥିବା ସମୟରେ ଦୁଇ ଦୁର୍ବୃତ୍ତ ଏକ ବସ୍ତା ଓ ବାଇକ ଛାଡ଼ି ଫେରାର ହୋଇଯାଇଥିଲେ। ବସ୍ତା ଖୋଲିବା ପରେ ସେଥିରେ ବାଘ ଛାଲ ଥିବା ଜଣାପଡ଼ିଥିଲା। ପୁଲିସ ବାଇକ ଓ ବାଘ ଛାଲକୁ ବିଶ୍ୱନାଥପୁର ଥାନାକୁ ଆଣି ବନବିଭାଗକୁ ଖବର ଦେଇଥିଲା। ଏହାପରେ ଥାନାରେ ଡ଼ିଏଫଓଙ୍କ ସହ ଅନ୍ୟ ଟିମ ଘଟଣାର ତଦନ୍ତ ଆରମ୍ଭ କରିବା ସହ ବାଘ ଛାଲ ଓ ବାଇକକୁ ପୁଲିସ ବନବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

Leave A Reply