ବାଘ ଛାଲ ସହ ଶିକାରୀ ଗିରଫ

0

ଆଠଗଡ : ଆଠଗଡ ବନଖଣ୍ଡ ନରସିଂହପୁର ଅଞ୍ଚଳରୁ ବାଘ ଶିକାରୀ ଗିରଫ ହୋଇଛି। ଶିକାରୀ ଜଣକ ନରସିଂହପୁର ପାତ୍ରଭାଗ ଗ୍ରାମର ଇଚ୍ଛାନନ୍ଦ ଜାନୀ। ଶିକାରୀ ନିକଟରୁ ବନବିଭାଗ ଏକ କଲରାପତିଆ ବାଘର ଛାଲ ସହ ବନ୍ଧୁକ ଜବତ କରିଛନ୍ତି। ତେବେ ବାଘ ଛାଲଟି ପ୍ରାୟ ୧ବର୍ଷ ତଳର ବୋଲି ଜଣାପଡିଛି। ସେ ଅନ୍ୟ ବନ୍ୟଜନ୍ତୁ ଶିକାରରେ ସାମିଲ ରହିଥିବାର ଜଣାପଡିଛି। କିଛି ଦିନ ପୂର୍ବେ ନରସିଂହପୁର ଅଞ୍ଚଳରୁ ଆଠଗଡ ବନଖଣ୍ଡ ଅଧିକାରୀ ଜଣେ ହାତୀ ଶିକାରୀକୁ ଗିରଫ କରିଥିଲେ।

Leave A Reply