ମାଓବାଦୀଙ୍କ ଦ୍ବାରା ପୋତା ଯାଇଥିବା ଟିଫିନ ବୋମା ଠାବ

0

ଭବାନୀପାଟଣା: କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଜେପୁର ଥାନା ଅଧୀନ କ୍ୟାମ୍ପର ସିଆରପିଏଫ ଯବାନମାନେ ଗତ ୨ ତାରିଖ ସନ୍ଧ୍ୟାରେ ନିୟମଗିରି ଜଙ୍ଗଲରୁ କମ୍ବିଂ ଅପରେସନ ସାରି ଫେରୁଥିଲେ। ଏହି ସମୟରେ ନିୟମଗିରିର ତ୍ରିଲୋଚନପୁର ଗ୍ରାମପଞ୍ଚାୟତର ଅମ୍ବାଗୁଡା-ତ୍ରିଲୋଚନପୁର ରାସ୍ତାରେ ମାଓବାଦୀମାନଙ୍କ ଦ୍ବାରା ଏକ ଶକ୍ତିଶାଳୀ ଟିଫିନ ବୋମା ପୋତାଯାଇଥିବାର ସିଆରପିଏଫ ଡଗ୍ ସ୍କାଡ୍‌ ଠାବ କରିବାରେ ସକ୍ଷମ ​‌​‌ହୋଇଥିଲା।  ତୁରନ୍ତ ସିଆରପିଏଫ ଯବାନମାନେ ଉକ୍ତ ଅଞ୍ଚଳକୁ ସିଲ କରିଦେଇଥିଲେ। ପରେ ବୋମା ନିଷ୍କ୍ରିୟକାରୀ ବିଶେଷଜ୍ଞ ରାୟଗଡାରୁ ଆସି ଉକ୍ତ ଜୀବନ୍ତ ଶକ୍ତିଶାଳୀ ଟିଫିନ ବୋମାକୁ ଅକାମୀ କରିଥିଲେ । ଏଥିରେ ୩୦ସିଆରପିଏଫ୍ ଯବାନ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି।

Leave A Reply