ଟିକେଟ ନ ମିଳିବାରୁ ଲଙ୍କାକାଣ୍ଡ

0

ଭୁବନେଶ୍ୱର : ହକି ବିଶ୍ୱକପ ଉଦ୍‍ଘାଟନ ଉତ୍ସବର ଟିକେଟ ନ ମିଳିବାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଦର୍ଶକ ୯ ନମ୍ବର ଗେଟ୍‍ ପାଖ ଟିକେଟ କାଉଣ୍ଟରରେ ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇ ଦେଇଛି। ତଥାପି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।
ସୂଚନା ଅନୁଯାୟୀ, ଗୁରୁବାର ୧୫ ତାରିଖ ସକାଳେ କଳିଙ୍ଗ ଷ୍ଟାଡ଼ିୟମର ୯ ନମ୍ବର ଗେଟ ପାଖ କାଉଣ୍ଟରରେ ହକି ବିଶ୍ୱକପ ଉତ୍ସବ ପାଇଁ ସାଧାରଣ ଲୋକଙ୍କୁ ଟିକେଟ ମିଳିବ ବୋଲି ଘୋଷଣା କରାଯାଇଥିଲା। ଏଥିପାଇଁ ଲୋକେ ବୁଧବାର ରାତିରୁ କାଉଣ୍ଟର ସମ୍ମୁଖରେ ଧାଡ଼ି ଲଗାଇଥିଲେ। ମାତ୍ର ଆଜି ସକାଳେ ’ଟିକେଟ ଉପଲବ୍ଧ ନୁହେଁ’ ବୋଲି ଏକ ନୋଟିସ୍‍ ଲଗାଯାଇଥିଲା। ଏହାକୁ ନେଇ ଜନସାଧାରଣ ଅଶାନ୍ତି ପ୍ରକାଶ କରିବା ସହ ଭଙ୍ଗରୁଜା କରିଛନ୍ତି।

Leave A Reply