ଗୁରୁବାର ରାଶିଫଳ

ମେଷ: ଧୈର୍ଯ୍ୟ ରଖି ନ ପାରିଲେ କ୍ଷତି ସହି ପାରନ୍ତି। ସମ୍ମାନିତ ହେବା ଆଶାକରାଯାଏ। ବିଭିନ୍ନ ସ୍ତରରୁ ସାହଯ୍ୟ ପାଇ ଆର୍ଥିକ ସ୍ଥିତିକୁ ଅଧିକ ଉନ୍ନତି କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଜନ ସମର୍ଥନ ମିଳିବ।
ବୃଷ: ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିବେ। ଇଚ୍ଛାଧୀନ କାର୍ଯ୍ୟ କରିବା କଷ୍ଟସାଧ୍ୟ ହୋଇପାରେ। ବିଳାସ ବ୍ୟସନ କରିପାରନ୍ତି। ଯାନବାହନ ସୁଖ ମିଳିପାରେ। କାବ୍ୟକର୍ତ୍ତା ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ।
ମିଥୁନ: ଯାନାଦି କ୍ରୟ କରିବାର ସୁଯୋଗ ଅଛି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ମନରେ ସେବା ଭାବନା ଜାଗ୍ରତ ହୋଇପାରେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁକୁ ନିରସ୍ତ୍ର କରି ବିଦା କରିଦେବେ।
କର୍କଟ: ମାନସିକ ଶାନ୍ତି ଫେରି ପାଇବେ। ଆଶ୍ବସ୍ତି ମିଳିବ। ଯାତ୍ରା କ୍ଳେଶକର ହୋଇପାରେ। ସମସ୍ୟା ଉପୁଜି ପାରେ। ଖର୍ଚ୍ଚାନ୍ତ ହେବେ। ପୁତ୍ର-କ୍ଷେତ୍ର ପ୍ରାପ୍ତିର ସୂଚନା ମିଳୁଛି। ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିପାରେ। ଦୃଢ଼ମନା ହେବେ। ସନ୍‌ମାର୍ଗୀ ହେବେ।
ସିଂହ: ଆପଣଙ୍କୁ ଶତ୍ରୁଚିନ୍ତା ଘାରିପାରେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଆନନ୍ଦ ଉଲ୍ଲାସରେ ସମୟ ବିତାଇ ପାରନ୍ତି। ଅର୍ଥ ଲାଭର ସୂଚନା ମିଳୁଛି। ସତ୍ୟ ପଥରେ ଯାଇ ଭଲ ଉପାର୍ଜନ କରିପାରନ୍ତି। ନିର୍ଭୟରେ ପ୍ରତ୍ୟେକ କାର୍ଯ୍ୟ କରିବେ।
କନ୍ୟା: ଗୃହରେ ବିବାଦ ଉପୁଜିବାର ସମ୍ଭାବନା ଅଛି। ପରିଶ୍ରମ କଷ୍ଟକର ହୋଇପାରେ। ଘାତଚନ୍ଦ୍ର ଭୋଗ ହେତୁ ପୀଡ଼ ଅନୁଭବ କରିପାରନ୍ତି। କୀର୍ତ୍ତିମାନ ହୋଇପାରନ୍ତି। ବହୁ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିପାରେ। ଧାର୍ମିକ ପ୍ରକୃତିର ହୋଇପାରନ୍ତି। ଜନ ସମର୍ଥନ ମିଳିବ।
ତୁଳା: ଦକ୍ଷତାର ଉପଯୋଗ କରିପାରନ୍ତି। ଭ୍ରମଣ ଯୋଗ ଅଛି। କୌଣସି ସୂତ୍ରରୁ ଅର୍ଥ ଆସିପାରେ। ଶୁଭ ସମ୍ବାଦ ମିଳିବ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ସୌଭାଗ୍ୟ ବୃଦ୍ଧି ହେବ। ସୁଖୀ ହୋଇପାରନ୍ତି। ସନ୍ତୁଷ୍ଟ ଲାଭ କରିବେ।
ବିଛା: ମନ ଅସ୍ଥିର ରହିପାରେ। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଖୁବ୍‌ ସତର୍କତାର ସହ ଚଳିବାକୁ ପଡ଼ିବ। ସ୍ବାଭିମାନୀ ହୋଇପାରନ୍ତି। କେବଳ ଯୁଗ୍ମ-ବ୍ୟବସାୟ ଲାଭଜନକ ହେବ। ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରା ନିଷେଧ।
ଧନୁ: କର୍ମ ଚଞ୍ଚଳ ରହିବେ। ଦିନଟି ଭିତରେ ଶୁଭ ଅସୁଖ ମିଳିତ ଫଳ ମିଳିପାରେ। କର୍ମରେ ସଫଳତା ପାଇପାରନ୍ତି। ଗୃହ ପରିବେଶ ଆନନ୍ଦଦାୟକ ହେବ। ବନ୍ଧୁସ୍ନେହୀ ହୋଇପାରନ୍ତି। ଶତ୍ରୁନାଶ କରିବାରେ ସକ୍ଷମ ହେବେ। ପତ୍ନୀଙ୍କ କଥାରେ ଚାଲିବେ।
ମକର: ଦକ୍ଷତା ପ୍ରତିପାଦନ କରିପାରନ୍ତି। ଅଧିକ ଅଭିଜ୍ଞ ହୋଇପାରନ୍ତି। ଆତ୍ମୀୟମାନଙ୍କ ସହଯୋଗ ମିଳିପାରେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। ଧନାଗମର ସୂଚନା ମିଳୁଛି। ସୁଖୀ ହେବେ।
କୁମ୍ଭ: କର୍ମ ଚଞ୍ଚଳ ରହିବେ। ପରାମର୍ଶ ଦାତା ହୋଇପାରନ୍ତି। ଉପୁଜିଥିବା ସମସ୍ୟା ଦୂର ହୋଇପାରେ। ଶାନ୍ତ, ସନ୍ତୋଷ ଲାଭ କରିପାରନ୍ତି। ବହୁ ଶୁଭଫଳ ମିଳିବାର ସୁଯୋଗ ଅଛି। କର୍ମକ୍ଷେତ୍ରରୁ ଉନ୍ନତି ମାର୍ଗ ଆଗକୁ ବଢ଼ାଇ ପାରନ୍ତି। ସମ୍ପତ୍ତିବାନ୍‌ ହୋଇପାରେନ୍ତି।
ମୀନ: ଅସୁସ୍ଥତା ଅନୁଭବ କରିପାରନ୍ତି। ପ୍ରତାରିତ ହେବାର ସୂଚନା ମିଳୁଛି। ରୋଗର ଉପଶମ ହୋଇପାରେ। ବାକ୍‌ପଟୁତା ଯୋଗୁଁ ସାମାଜିକ ସ୍ତରରେ ଲୋକମାନଙ୍କର ଆଦରଣୀୟ ହୋଇପାରନ୍ତି। ଗୃହରେ ଆନନ୍ଦ ଉଲ୍ଲାସ ଲାଗି ରହିବ। ସୁଖୀ ହୋଇପାରନ୍ତି।

Comments are closed.