ଗୁରୁବାର ରାଶିଫଳ(୨୭/୦୨/୨୦୨୦)

ମେଷ: ଅଧିକ ବ୍ୟୟର ସମ୍ମୁଖୀନ ହେବେ। ଅସ୍ଥିରତା ଲାଗି ରହି ଥିବାବେଳେ ବାଣିଜ୍ୟରୁ ଧନାଗମ ହେବ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ଲୋକପ୍ରିୟ ହୋଇପାରନ୍ତି। ସତ୍‌ସଙ୍ଗରେ ମିଶି ଆତ୍ମସନ୍ତୋଷ ଲାଭ କରିବେ। ବସ୍ତୁଲାଭ ହେବ।
ବୃଷ: ଆୟ ବୃଦ୍ଧିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସନ୍ମାର୍ଗୀ, ବାକ୍‌ପଟୁ ହୋଇପାରନ୍ତି। ସୁଖୀ ହେବେ।
ମିଥୁନ: କାର୍ଯ୍ୟରେ ସଫଳତା ଲାଭ କରିବେ। ମନ ପ୍ରସନ୍ନ ରହିବ। ବିବାଦରେ ବିଜୟୀ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସରକାରୀ ଅର୍ଥ ପ୍ରାପ୍ତ ହେବେ। ବହୁବିଧ ଧନର ଅଧିକାରୀ ହୋଇପାରନ୍ତି। କୃଷିକୁ ପ୍ରାଧାନ୍ୟ ଦେବେ। ମହିମାମୟ ହେବେ।
କର୍କଟ: ଯେ କୌଣସି ପ୍ରକାର କଳ-କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ। ଗଠନମୂଳକ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ପାରିବାରିକ ସ୍ନେହ ରହିବ।
ସିଂହ: ନିଜର ଭୁଲ ପାଇଁ ଅପଦସ୍ଥ ଓ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଛୋଟ-କାଟିଆ ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ୱାଭିମାନୀ ହୋଇପାରନ୍ତି। ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ।
କନ୍ୟା: ସଦା-ସର୍ବଦା ଅଗ୍ରଗାମୀ ହେବେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଉନ୍ନତି ମାର୍ଗରେ ଆଗକୁ ବଢ଼ି ପାରନ୍ତି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ପତ୍ନୀଙ୍କ ପରାମର୍ଶ ଲାଭଦାୟକ ହେବ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁଖର ଅଧିକାରୀ ହେବେ।
ତୁଳା: ପରୋପକାରୀ ହେବେ। ପାରିବାରିକ ସୁଖ ମିଳିବ। ଶତ୍ରୁକୁ ପରାଜିତ କରି ଆତ୍ମ ତୃପ୍ତି ଲାଭ କରିବେ। ଧନକ୍ଷୟ ହେବାର ସମ୍ଭାବନା ଅଛି। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଚାକିରି ସୁଦୃଢ଼ ହେବ।
ବିଛା: ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ବନ୍ଧୁ ସହାୟତା ପାଇ ବିଶେଷ ଉପକୃତ ହେବେ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବିିଭିନ୍ନ ଦିଗରୁ ଧନାଗମର ସ୍ରୋତ ବହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ।
ଧନୁ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଆବଶ୍ୟକ। ମିଷ୍ଟଭାଷୀ ହୋଇପାରନ୍ତି। କୃଷିକ୍ଷେତରୁ ଆୟ ଆସିପାରେ। ମିତ୍ର ସୁଖ ମିଳିପାରେ। ବିଶେଷ ସୁୁଖର ଅଧିକାରୀ ହେବେ। କୁଳପ୍ରଧାନ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ।
ମକର: କାର୍ଯ୍ୟରେ ସଫଳତା ଲାଭ କରିବେ। ମୂଲ୍ୟବାନ୍‍ ଦ୍ରବ୍ୟ ସହିତ ବସ୍ତ୍ର ଲାଭ ହୋଇପାରେ। ଶୁଭକର୍ମ ପାଇଁ ସମୟ ଅନୁକୂଳ ରହିଛି। ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ। ସକଳ ଗୁଣର ଅଧିକାରୀ ହୋଇପାରନ୍ତି। ସୁଖଭୋଗ କରିବେ। କାବ୍ୟଶାସ୍ତ୍ରାନୁରକ୍ତ ହେବେ।
କୁମ୍ଭ: ମନରେ ଆଶା-ଆଶଙ୍କା ଲାଗି ରହିବ। ଗୁରୁକୃପା ଲାଭ କରିପାରନ୍ତି। ବ୍ୟବସାୟରୁ ଆଶାନୁରୂପ ଫଳ ମିଳିବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଆନନ୍ଦ-ଉଲ୍ଲାସ ଲାଗି ରହିବ। ଆପଣଙ୍କ ପରାମର୍ଶ ଉପାଦେୟ ସାବ୍ୟସ୍ତ ହେବ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ।
ମୀନ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‍ ହେବେ। ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହେବେ। ପ୍ରୀତିଲାଭ କରିପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଗୁଣଜ୍ଞ ହେବେ। ଦାମ୍ପତ୍ୟ ସୁଖ ମିଳିବ।

Comments are closed.