ଗୁରୁବାର ରାଶିଫଳ

0

ମେଷ: ପିତା, ମାତାଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତିତ ହେବେ। ସୌଭାଗ୍ୟ ଉଦୟ ହେବାରୁ ଧନାଗମର ସୂଚନା ମିଳୁଛି। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ତ୍ୟାଗପୂତ ଜୀବନ ନିର୍ବାହ କରିବେ। ନୀତିନିଷ୍ଠ ହେବେ।
ବୃଷ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ବିଭିନ୍ନ ସୂତ୍ରରୁ ଧନଲାଭର ସୂଚନା ମିଳୁଛି। ଦ୍ରବ୍ୟ ଲାଭ ହୋଇପାରେ। କାର୍ଯ୍ୟରେ ସଫଳ ହେବେ। ଦିନଟି ସୁଖ-ଶାନ୍ତିମୟ ହେବ।
ମିଥୁନ: ଅଧିକ ପରିଶ୍ରମ କରି ଉନ୍ନତିର ସୋପାନ ଚଢ଼ିବେ। ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ବ୍ୟୟ ବୃଦ୍ଧି ହେବାର ସୂଚନା ମିଳୁଛି। ଦ୍ରବ୍ୟ ନଷ୍ଟର ସମ୍ଭାବନା ଅଛି। ସ୍ନେହବୋଳା କଥା କହି ପରକୁ ଆପଣାର କରିବେ।
କର୍କଟ: ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ପ୍ରତ୍ୟେକ କାର୍ଯ୍ୟରେ ସୁଖ-ସନ୍ତୋଷ ମିଳିବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆୟ ଉତ୍ତମ ଧରଣର ହେବ। ସରକାରୀ ମାନ୍ୟତା ସହ ଧନ ମିଳିବ।
ସିଂହ: ଆଶା କରୁଥିବା ସାହାଯ୍ୟ ମିଳିପାରେ। କର୍ମକ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରିବେ। ଶୁଭଖବର ପାଇ ଖୁସି ହୋଇପାରନ୍ତି। ପାରିବାରିକ ସୁଖ-ସମୃଦ୍ଧି ବୃଦ୍ଧି ପାଇବ। ମାନ୍ୟତା ପ୍ରାପ୍ତ ହେବେ। ସରକାରୀ ଅର୍ଥ ମିଳିବ। ଯଶସ୍ବୀ ହେବେ।
କନ୍ୟା: ଆକସ୍ମିକ ଭାବେ ଧନଲାଭର ସୂଚନା ମିଳୁଛି। ସେବା ପରାୟଣ ହେବେ। ନିଜର ବୈଶିଷ୍ଟ୍ୟତା ପ୍ରକାଶ କରିପାରନ୍ତି। ଜନୈକା ମହିଳାଙ୍କ ଦ୍ବାରା ଉପକୃତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆନନ୍ଦ ଉତ୍ସବ ଲାଗି ରହିବ।
ତୁଳା: ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ମନ ଦୁର୍ବଳ ରହିବ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଚାଲୁ ରହିଥିବା କାର୍ଯ୍ୟ ଅଧାରୁ ଅଟକି ଯାଇପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
ବିଛା: କାର୍ଯ୍ୟରୁ ଆଗ୍ରହ ହରାଇ ପାରନ୍ତି। ଅଧିକ କାର୍ଯ୍ୟ କରି କଷ୍ଟ ସହିବାକୁ ପଡ଼ିବ; ମାତ୍ର ତା’ର ମୂଲ୍ୟ ମିଳିବ। ବନ୍ଧୁ ସହାୟତା ପାଇ ଖୁସି ହେବେ। ପରିବାରର କଲ୍ୟାଣମୂଳକ କାର୍ଯ୍ୟ କରି ପ୍ରଶଂସିତ ହେବେ। ବ୍ୟବସାୟରୁ ଲାଭ ମିଳିବ।
ଧନୁ: ଯାତ୍ରା କାଳୀନ ଖର୍ଚ୍ଚ ବୃଦ୍ଧି ହୋଇପାରେ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଧନପ୍ରାପ୍ତିର ସମ୍ଭାବନା ଅଛି। ଶୁଭ ଚିନ୍ତକମାନଙ୍କ ସହାୟତା ମିଳିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଶତ୍ରୁ ପଛଘୁଞ୍ଚା ଦେବ।
ମକର: ବାଣିଜ୍ୟ ବ୍ୟବସାୟ ଲାଭଜନକ ହେବ। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସାଧନା ଫଳବତୀ ହେବ। ସୁଖ-ସମ୍ଭୋଗ କରିପାରନ୍ତି। ହଠାତ୍ କିଛି ଅର୍ଥ ମିଳିପାରେ। ସୁସ୍ଥ ରହିବେ।
କୁମ୍ଭ: ମାଲି-ମୋକଦ୍ଦମାରେ ବିଜୟ ଲାଭ କରିପାରନ୍ତି। କଳହମୁକ୍ତ ରହିବା ଆପଣଙ୍କ ପକ୍ଷେ ଭଲ। ଧନହାନି ଘଟିପାରେ। ଯାନବାହନ ସୁଖ ମିଳିପାରେ। ଗୃହର ପରିବେଶ ପ୍ରଦୂଷଣମୁକ୍ତ ହେବ। ଶାସ୍ତ୍ରଜ୍ଞ ହେବେ। ନୀତି ନିୟମ ମାନି ଚଳିବେ।
ମୀନ: ଯାତ୍ରାକାଳୀନ ସତର୍କତା ଏକାନ୍ତ ଜରୁରୀ। କାର୍ଯ୍ୟକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଧର୍ମ-କର୍ମ ସଂପାଦନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ପଦୋନ୍ନତି ପାଇବାର ସୂଚନା ମିଳୁଛି। ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ।

Leave A Reply