ଗୁରୁବାର ରାଶିଫଳ

ମେଷ: ଧନ ସଞ୍ଚୟ ପାଇଁ ଉଦ୍ୟମ ଜାରି ରଖି ପାରନ୍ତି; ମାତ୍ର ବ୍ୟୟକୁ ମୁକାବିଲା କରିବା କଷ୍ଟସାଧ୍ୟ ହେବ। ଚଞ୍ଚଳ ସ୍ବଭାବର ହେବେ। ଚକ୍ଷୁରେ ସମାନ୍ୟ ଯନ୍ତ୍ରଣା ଉପୁଜି ପାରେ। ମିଷ୍ଟଭାଷୀ ହୋଇପାରନ୍ତି। ରାଜଯୋଗ ଭୋଗରେ ଉଣା ହୋଇପାରେ।
ବୃଷ: ମନ ଚଞ୍ଚଳ ରହିବ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହେବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସୁଖ ମିଳିବ।
ମିଥୁନ: ନୂତନ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। କର୍ମଚଞ୍ଚଳ ରହିବେ। କୁଳ ପ୍ରଧାନ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ।
କର୍କଟ: ଦ​‌ାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି।
ସିଂହ: କାର୍ଯ୍ୟରେ ବାଧାବିଘ୍ନ ଉପୁଜିପାରେ। ସୁଖ ମିଳିବା କଷ୍ଟକର ବ୍ୟାପାର। ଈର୍ଷାଳୁ ସ୍ବଭାବର ହୋଇପାରନ୍ତି। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ।
କନ୍ୟା: ଉପୁଜି ଥିବା ସମସ୍ୟାର ସମାଧାନ ହେବ। ବନ୍ଧୁ ସୁଖ ପାଇ ଖୁସି ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବୀ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କଲେ ଅପୂର୍ବ ସଫଳତା ମିଳିବ। ସୁଖ ଭୋଗ କରିବେ।
ତୁଳା: ସଫଳତାର ନିକଟବର୍ତ୍ତୀ ହେବେ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିିବ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ। ଭାଇଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ରହିବେ। ଶତ୍ରୁହନ୍ତା ହେବେ।
ବିଛା: ବିଶ୍ୱସ୍ତ ଲୋକ ଭଳି କାର୍ଯ୍ୟ କରିପାରନ୍ତି। ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରି ଭାଗ୍ୟର ପରିବର୍ତ୍ତନ ଘଟିବ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଧାର୍ମିକ ଓ ତେଜସ୍ୱୀ ହେବେ।
ଧନୁ: ବାଧା-ବିଘ୍ନକୁ ଏଡ଼ାଇ ଆଗକୁ ବଢ଼ି ପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ। ପ୍ରେମୀ ଓ ବୁଦ୍ଧିମାନ ହେବେ।
ମକର: ମାନନସିକ ସ୍ତରରେ ବ୍ୟସ୍ତ-ବିବ୍ରତ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ଚିତ୍ତରେ ପ୍ରସନ୍ନତା ଦେଖାଦେବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିବେ। ପ୍ରେମୀ ଓ ସାହସୀ ହେବେ।
କୁମ୍ଭ: ଉପୁଜିଥିବା ଗଣ୍ଡଗୋଳକୁ ସମାଧାନ ପାଇଁ ଲାଗି ପଡ଼ିବେ। ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ପରିିଚୟ ସୃଷ୍ଟି କରିବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ମିଳବ।
ମୀନ: ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଐଶ୍ୱର୍ଯ୍ୟଯୁକ୍ତ ହେବେ। ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ। ମୋକଦ୍ଦମାରେ ବିଜୟୀ ହୋଇ ଅର୍ଥ ପ୍ରାପ୍ତି ହେବେ। ଲୋକପ୍ରିୟ ହେବେ।

Comments are closed.