ଗୁରୁବାର ରାଶିଫଳ(୦୮-୧୦-୨୦୨୦)

ମେଷ: ସମ୍ମାନାସ୍ପଦ ବ୍ୟକ୍ତି ଭାବେ ପରିଗଣିତ ହେବେ। ଅର୍ଥ ସହିତ ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ବନ୍ଧୁ ସୁଖ ମିଳିବ। କର୍ମତତ୍ପରତା ପ୍ରକାଶ ପାଇବ। ଶୁଭକାର୍ଯ୍ୟ କରଣୀୟ। ସକଳ ଗୁଣର ଆଧାର ଓ ସୁଖୀ ହେବେ।

ବୃଷ: ସମ୍ମାନିତ ହେବେ। ଶୁଭା-ଶୁଭ ମିଶ୍ରତ ଫଳ ମିଳିବ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ, ଚଞ୍ଚଳମନା ଓ ଅତି ସୁଖୀ ହୋଇପାରନ୍ତି। କୀର୍ତ୍ତିମାନ୍‍ ଓ ସହିଷ୍ଣୁ ହେବେ। ଶତ୍ରୁ ବିଜୟୀ ହେବେ।

ମିଥୁନ: ସତ୍‍ପୁତ୍ର ଲାଭ କରିପାରନ୍ତି। ନୀରୋଗୀ ହେବେ। ପଶୁ ଓ ଧନାଦିଯୁକ୍ତ ହୋଇପାରନ୍ତି। ଶତ୍ରୁନାଶ କରି ଆଶ୍ୱସ୍ତ ହେବେ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। କାବ୍ୟକର୍ତ୍ତା ହେବେ।

କର୍କଟ: ପରଧନରେ ଧନୀ ହେବେ। ଅଧିକ ବ୍ୟୟର ସମ୍ମୁଖୀନ ହେବେ। ରସିକତ୍ୱରୁ ବାଚଳତା ଉପୁଜି ପାରେ। କଳ୍ପନା ବିଳାସୀ ହେବେ। ବ୍ୟବସାୟରୁ ଅଧିକ ଲାଭ ପାଇବେ। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହେବେ।

ସିଂହ: ବିଭିନ୍ନ ସ୍ତରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ସମୃଦ୍ଧିର ମାର୍ଗ ଉନ୍ମୁକ୍ତ ରହିଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଗୁଣଜ୍ଞ ହୋଇପାରନ୍ତି।

କନ୍ୟା: କର୍ମଚଞ୍ଚଳ ରହିବେ। ବିଭାଗୀୟ ଅର୍ଥ ମିଳିପାରେ। ବହୁବିଧ ଧନର ଅଧିକାରୀ ହେବେ। ଉତ୍ତମ ଗୁଣର ଆଧାର ହୋଇପାରନ୍ତି। ଶତ୍ରୁ ବିନାଶ କରିବେ। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଘାତଚନ୍ଦ୍ର ଭୋଗ ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ।

ତୁଳା: ସତ୍‍ସଙ୍ଗୀ ହେବେ। ଧନବାନ୍‍ ହେବେ। ମହିଳାମାନଙ୍କୁ ସହାୟତା ଦେଇ; ତାଙ୍କର ପ୍ରିୟ ପାତ୍ର ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଆନନ୍ଦ ଉତ୍ସବ କରିପାରନ୍ତି। ଶତ୍ରୁଭାବ ବୃଦ୍ଧି ହୋଇପାରେ; ମାତ୍ର ଅନିଷ୍ଟ ହେବ ନାହିଁ।

ବିଛା: ମାନସିକ ଓ ଶାରୀରିକ ସ୍ତରରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ନୃତ୍ୟ ସଙ୍ଗୀତପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ୱୀ ହେବେ। ଧନଶାଳୀ ହେବେ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁଖ ମିଳିବ।

ଧନୁ: ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ ହୋଇପାରେ। ବୁଦ୍ଧି ଚାଳନା କରି କାର୍ଯ୍ୟରେ ସଫଳତା ହାସଲ କରିବେ। ଶାନ୍ତି-ସନ୍ତୋଷ ମିଳିବ। ବିନୀତ ସ୍ୱଭାବର ହେବେ। ନିତ୍ୟାନନ୍ଦ ଭୋଗ କରିପାରନ୍ତି। ଗୁଣୀ ଓ ବିଦ୍ୟାବାନ୍‍ ହେବେ।

ମକର: ପ୍ରତିଶୋଧ ପରାୟଣ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଶୁଭକର୍ମ ପାଇଁ ବାତାବରଣ ଅନୁକୂଳ ଅଛି। ସୁସମ୍ବାଦ ପାଇ ଖୁସି ହେବେ। ଧର୍ମାସକ୍ତ ଓ ମତିମାନ୍‍ ହୋଇପାରନ୍ତି। ପୁତ୍ର, ମିିତ୍ର ସୁଖ ମିଳିବ।

କୁମ୍ଭ: ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ସନ୍ତାନ, ସନ୍ତତି ଲାଭର ସୂଚନା ମିଳୁଛି। ପରୋପକାରୀ ହେବେ। ବିଦ୍ୱାନ୍‍ ଓ ଆଦରଣୀୟ ହୋଇପାରନ୍ତି। ହର୍ଷଯୁକ୍ତ ହେବେ। ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।

ମୀନ: ଅଜାତ ଶତ୍ରୁ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସମ୍ମାନିତ ହେବେ। ମନ ଉତ୍ସାହ ପ୍ରଦ ହେବ। ସଦ୍‍ବ୍ୟୟୀ ହେବେ। କୃଷିକ୍ଷେତକୁ ତ୍ୱରାନ୍ବିତ କରିବେ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ।

Comments are closed.