ଗୁରୁବାର ରାଶିଫଳ

ମେଷ: ରାଜନୈତିକ ଅସ୍ଥିରତା ଲାଗି ରହିଲେ ବି ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ। ଲଟେରି ଫଳ ଆପଣଙ୍କ ଭାଗ୍ୟରେ ଜୁଟିପାରେ।
ବୃଷ: ଗୁରୁଜନଙ୍କ ପାଇଁ ଚନ୍ତିତ ହୋଇପାରନ୍ତି। ଉଦାର ସ୍ବଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇ ସୁଖ ଅନୁଭବ କରିବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କୃଷିକର୍ମରେ ନିଜକୁ ନିୟୋଜିତ କରିବେ। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
ମିଥୁନ: ଆର୍ଥିକ ସମସ୍ୟା ଦୂର ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିପାରେ।
କର୍କଟ: ଆଶଙ୍କାରେ ଦିନ ବିତାଇ ପାରନ୍ତି। ପରମ ସୌଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ସ୍ତ୍ରୀ ବିଳାସୀ ହୋଇପାରନ୍ତି। ମିତ୍ର ସୁଖ ଲାଭ କରିବେ। ବ୍ୟବସାୟ ଭଲରେ ଚାଲିବ।
ସିଂହ: ଆର୍ଥିକ ଅନଟନ ଦୂରୀଭୂତ ହେବ। ବିଭିନ୍ନ ସ୍ତରରୁ ସହାୟତା ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନ ମିଳିବ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ମୋକଦ୍ଦମାରେ ବିଜୟୀ ହେବେ ଓ ତତ୍‌ଜନିତ ଧନଲାଭ ହେବ।
କନ୍ୟା: କର୍ମକ୍ଷେତ୍ରକୁ ସହଜ ସୁଲଭ କରିବାକୁ ଉଦ୍ୟମ ଜାରି ରଖିବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ମଧୁର ସମ୍ଭାଷଣରେ ପରକୁ ଆପଣାର କରିବେ। ନୀତିନିଷ୍ଠ ଓ ବୁଦ୍ଧିମାନ୍‌ ହେବେ। ସାହସୀ ଓ ଜ୍ଞାନୀ ହେବେ।
ତୁଳା: ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। କରିତ୍‌କର୍ମା ହେବେ।
ବିଛା: ପରିଶ୍ରମର ମୂଲ୍ୟ ମିଳିବ। କୁଳମର୍ଯ୍ୟାଦାକୁ ଆଲୋକିତ କରିବାରେ ସକ୍ଷମ ହେବେ। ମନରେ ପ୍ରସନ୍ନତା ଦେଖା ଦେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ।
ଧନୁ: କାର୍ଯ୍ୟ ହାସଲ ପାଇଁ ଉଦ୍ୟମ ଜାରି ରଖିବେ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଉଦ୍ୟୋଗୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ।
ମକର: ଗୃହରେ ମାନ-ମନାନ୍ତର ଘଟିପାରେ। ବାହାରେ ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଈର୍ଷାଳୁ ସ୍ବଭାବର ହେବେ। ସ୍ବାଭିମାନୀ ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
କୁମ୍ଭ: ଆଲୋଚନାରୁ ଉପକୃତ ହୋଇପାରନ୍ତି। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ପାଦନ କରିବେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିପାରେ। ସମାଜସେବୀ ହେବେ। ମନରେ ଅହଂଭାବ ଆସିବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବେ।
ମୀନ: ଲାଗି ରହିଥିବା ଜଞ୍ଜାଳରୁ ମୁକ୍ତ ହୋଇପାରନ୍ତି। ମନୋବଳ ଦୃଢ଼ ରହିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ।

Comments are closed.