ଗୁରୁବାର ରାଶିଫଳ- ୧୧ ମାର୍ଚ୍ଚ ୨୦୨୧

ମେଷ: ଧନଲାଭର ସୂଚନା ମିଳୁଛି। ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ୱୀ ହେବେ। ସରକାରୀ ସ୍ତରରୁ ଧନ ପାଇ ଧନଶାଳୀ ହୋଇପାରନ୍ତି। ସନ୍‍ମାର୍ଗୀ ହେବେ। ଶ୍ରେଷ୍ଠ ସ୍ଥାନ ମିଳିବ।
ବୃଷ: ସୁଖ ସମ୍ମାନ ଲାଭ କରିବେ। କାର୍ଯ୍ୟରେ ସଫଳତା ମିଳିବ। ଦେହ ଓ ମନ ଭଲ ରହିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ଚାକିରି କ୍ଷେତ୍ରରେ ସ୍ଥିତାବସ୍ଥା ବଜାଏ ରହିବ। ବ୍ୟବସାୟରେ ଆଗକୁ ବଢ଼ି ପାରନ୍ତି। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ।
ମିଥୁନ: ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ବହୁ ଶୁଭଫଳ ଆଶାକରାଯାଏ। ସୁସ୍ଥ ରହିବେ। ମାନସିକ ଶାନ୍ତି ଅବ୍ୟାହତ ରହିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ଚାକିରି କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀ ଆଗେଇବେ।
କର୍କଟ: ବନ୍ଧୁ ମିଳନ ଘଟିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବ୍ୟବସାୟ ଭଲରେ ଚାଲିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟରେ ଉନ୍ନତି ଘଟିବ। ଚାକିରି କ୍ଷେତ୍ରରେ ମଧ୍ୟମ ଫଳ ମିଳିବ। ବିଦ୍ୟାର୍ଥୀ ମନୋଯୋଗୀ ହେବେ।
ସିଂହ: ଅନ୍ୟର ସହାୟତା ପାଇ କର୍ମକ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ରୋଜଗାର ଉତ୍ତମ ଧରଣର ହେବ। ବ୍ୟବସାୟରେ ଆୟ ବ୍ୟୟ ସମାନ୍ତରାଳ ଗତି କରିବ। ସୁସ୍ଥ ଓ ନିରାମୟ ରହିବେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
କନ୍ୟା: ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଶୁଭଫଳ ଆଶାକରାଯାଏ। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀଙ୍କୁ ବହୁ ପରିଶ୍ରମର ଉପଯୁକ୍ତ ମୂଲ୍ୟ ମିଳିବ।
ତୁଳା: ନିଜ ବୁଦ୍ଧି ବଳ ପ୍ରୟୋଗ କରି ଯେଉଁ କାର୍ଯ୍ୟ କରିବେ। ସେଥିରେ ସଫଳ ହେବେ। ମାନସିକ ଶାନ୍ତି ଅବ୍ୟାହତ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ସ୍ୱଳ୍ପ ଆୟ ହେବାର ସୂଚନା ମିଳୁଛି। ଚାକିରିରେ ମନପ୍ରସନ୍ନ ରହିବ। ବିଦ୍ୟାର୍ଥୀ ସୁଖୀ ହେବେ।
ବିଛା: ଧୀର ମନ୍ଥର ଗତିରେ ଆଗକୁ ବଢ଼ିବେ। ଶରୀର ସୁସ୍ଥ ରହିବ। ମନଚଞ୍ଚଳ ହୋଇପାରେ। ଆୟ ବ୍ୟୟ ପ୍ରାୟ ସମାନ ରହିବ। ଚାକିରି କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ବ୍ୟବସାୟରେ ଶୁଭଫଳ ପାଇବେ। ବିଦ୍ୟାର୍ଥୀ ପାଠ ପାଇଁ ଯତ୍ନବାନ୍‍ ହେବେ।
ଧନୁ: ସମ୍ମାନ ଲାଭର ସୂଚନା ମିଳୁଛି। କାର୍ଯ୍ୟରେ ଆଗୁସାର ହୋଇପାରନ୍ତି। ପ୍ରସନ୍ନତା ଲାଭ କରିବେ। ଆୟ କ୍ରମେ ବୃଦ୍ଧି ପାଇବ। ଚାକିରିକ୍ଷେତ୍ରରେ ଉଚ୍ଚ ପଦପଦବୀ ମିଳିପାରେ। ବ୍ୟବସାୟ ଲାଭଜନକ ହେବ। ବିଦ୍ୟାର୍ଥୀଙ୍କୁ ଶୁଭଫଳ ମିଳିବ।
ମକର: ଯାହା ଚିନ୍ତା କରିଥିବେ ସେଥିରେ ସୁଫଳ ମିଳିପାରେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ସାମାନ୍ୟ ପରିମାଣର ଆୟ ବୃଦ୍ଧି ଘଟି ପାରେ। ଚାକିରିକ୍ଷେତ୍ରରେ ପ୍ରସନ୍ନତା ଲାଭ କରିପାରନ୍ତି। ମିଷ୍ଟାନ୍ନ ଭୋଜନ ମିଳିବ। ବିଦ୍ୟାର୍ଥୀ ଖୁସି ହେବେ।
କୁମ୍ଭ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଦାନ ଧର୍ମରେ ଦୀକ୍ଷିତ ହେବେ। ପରୋପକାରୀ ହୋଇପାରନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। ବିଦ୍ୟାର୍ଥୀ ପଢ଼ାରେ ମନଯୋଗୀ ହେବେ।
ମୀନ: ସୁଖ ସମ୍ଭୋଗ କରିପାରନ୍ତି। ପ୍ରୀତି ଲାଭର ସୂଚନା ମିଳୁଛି। ସରକାରୀ ଅର୍ଥ ପାଇ ନିଅଣ୍ଟିଆ ପରିସ୍ଥିତିରୁ ରକ୍ଷା ପାଇପାରନ୍ତି। କର୍ମଚଞ୍ଚଳ ରହିବେ। ନୂତନ ଯୋଜନା ପ୍ରସ୍ତୁତ କରିବାରେ ସଫଳ ହେବେ। ଅପାର ଗୁଣର ଆଧାର ହେବେ।

Comments are closed.