ଗୁରୁବାର ରାଶିଫଳ – ୦୪ ମାର୍ଚ୍ଚ ୨୦୨୧

ମେଷ: ପ୍ରୀତି ଲାଭ କରିପାରନ୍ତି। ସୁଖକର ଘଟଣା ଘଟିପାରେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ।
ବୃଷ: ଉପୁଜିଥିବା ସମସ୍ୟା ପାଇଁ ମନରେ ଉଦ୍‍ବେଗ ଜାତ ହୋଇପାରେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଖୁସି ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରିପାରନ୍ତି।
ମିଥୁନ: ପରାମର୍ଶ ନେଇ କାର୍ଯ୍ୟରେ ଅଗ୍ରସର ହେଲେ ଲକ୍ଷ୍ୟସ୍ଥଳରେ ଉପନୀତ ହେବେ। ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ସୁସମ୍ବାଦ ଶୁଣି ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କର୍କଟ: ଦୃଢ଼ ମନୋବଳ ନେଇ ଅନ୍ୟାୟର ପ୍ରତିବାଦ କରିପାରନ୍ତି। ପରିଶ୍ରମ ମାତ୍ରାଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ଯାନବାହନ ସୁଖ ମିଳିପାରେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ଯୁବକମାନଙ୍କର ବିବାହ ପରେ ଭାଗ୍ୟଉଦୟ ହୋଇଥାଏ।
ସିଂହ: ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଭଗବତ ପ୍ରେମୀ ହେବେ। ଦେବ ଦର୍ଶନ ପାଇ ଆତ୍ମ ସନ୍ତୋଷ ଲାଭ କରିବେ। ସରକାରୀ ସ୍ତରରୁ ଲାଭ ମିଳିବ।
କନ୍ୟା: ଆଶାବାଦୀ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ପ୍ରତିହିଂସା ପରାୟଣ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରେ। ବନ୍ଧୁମାନଙ୍କଠାରୁ ସହାୟତା, ସହଯୋଗ ମିଳିବ। ବ୍ୟକ୍ତିତ୍ୱର ବିକାଶ ଘଟିବ।
ତୁଳା: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ବିଛା: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ଆଖିରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ମଧୁର କଥାରେ ପରକୁ ଆପଣାର କରି ସୁବିଧା ହାସଲ କରିବେ।
ଧନୁ: ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଶୁଭ ଖବର ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ମକର: ସାଧନାରେ ସିଦ୍ଧି ଲାଭ କରିପାରନ୍ତି। ଶୁଭ ଖବର ପାଇ ମନ ପ୍ରଫୁଲ୍ଲିତ ହେବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।
କୁମ୍ଭ: ସେବାକ୍ଷେତ୍ରରେ ଅଧିକ ସମୟ ବିନିଯୋଗ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ପାଇ ତା’ର ସଦ୍‍ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରବଚନ ଶୁଣି ପାରନ୍ତି।
ମୀନ: ଅର୍ଥାଭାବର ସମ୍ମୁଖୀନ ହେଲେ ବି କାହା ପାଖରେ ହାତ ପତାଇବେ ନାହିଁ। ସ୍ୱାଭିମାନୀ ହେବେ। ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଅଷ୍ଟମ ଚନ୍ଦ୍ର ଭୋଗ ଯୋଗୁଁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନ କରିବା ଭଲ।

Comments are closed.