ଗୁରୁବାର ରାଶିଫଳ – ୧୮ ଫେବୃଆରୀ ୨୦୨୧

ମେଷ: ନାନା ବିଧ ସମ୍ମାନର ଅଧିକାରୀ ହେବେ। ସଙ୍ଗୀତ ପ୍ରିୟ ହୋଇପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ବୀ ହେବେ। ଧନଶାଳୀ ହୋଇପାରନ୍ତି। ସରକାରୀ ଧନ ମିଳିପାରେ। ବିବାଦଶୀଳ ହେବେ। ଗୁଣହୀନ ହୋଇପାରନ୍ତି।
ବୃଷ: ବୁଦ୍ଧିମାନ୍‌ ହେବେ। ଯାନବାହନଯୁକ୍ତ ହେବେ। ଧନଯୁକ୍ତ ହୋଇପାରନ୍ତି। ସରକାରୀ ମାନ୍ୟତା ପ୍ରାପ୍ତ ହେବେ। ପୁତ୍ର ସୁଖ ମିଳିପାରେ। ପରୋପକାରୀ ହେବେ। କଠିନ ସ୍ବଭାବର ହୋଇପାରନ୍ତି। ବୃତ୍ତି ବିହୀନ ହେବେ। ଶାଳୀନତା ନ ରହିପାରେ।
ମିଥୁନ: ଧର୍ମାସକ୍ତ ହେବେ। ମତିମାନ୍‌ ହୋଇପାରନ୍ତି। ପୁତ୍ର, ମିତ୍ର ହେତୁ ସୁଖ ଭୋଗ କରିବେ। ମାତୃବର୍ଗ ସହ ବିଷମ ଭାବାପନ୍ନ ହେବେ। ସୁବୁଦ୍ଧି ସମ୍ପନ୍ନ ହେବେ। ବାକ୍ୟ ପଟୁ ହୋଇପାରନ୍ତି। ପ୍ରିୟ ଲୋକମାନଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।
କର୍କଟ: ରାଜ ସମ୍ମାନର ଅଧିକାରୀ ହେବେ। ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ପ୍ରତ୍ୟେକ କାର୍ୟ୍ୟରେ ସଫଳତା ଲାଭ କରିବେ। ବ୍ୟବସାୟରେ ଅଧିକ ଲାଭ ହେବ। ସୁଖୀ ହେବେ। ସରକାରୀ ସ୍ତରରୁ ସମ୍ମାନ ମିଳିପାରେ। ମାନସିକ ଅଶାନ୍ତି ଦୂର ହେବ।
ସିଂହ: ବିଦ୍ୟାରୂପକ ମହାଧନ ପ୍ରାପ୍ତ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଲୋକପ୍ରିୟ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଅଜାତଶତ୍ରୁ ହେବେ। ଯାନବାହନରୁ ପଡ଼ି କଷ୍ଟଭୋଗ କରିପାରନ୍ତି।
କନ୍ୟା: ଶତ୍ରୁନାଶ କରିପାରନ୍ତି। ଧନଭୋଗ କରିବେ। ଐଶ୍ବର୍ୟ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ୍‌ ହୋଇପାରନ୍ତି। ବାହୁରେ ଯନ୍ତ୍ରଣା ଉପୁଜି ପାରେ। ପର ଚର୍ଚ୍ଚାରେ ମଜ୍ଜି ପାରନ୍ତି। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର ଲାଭର ସୂଚନା ମିଳୁଛି। ଧନ, ବାହନଯୁକ୍ତ ବଚନରେ ପଟୁ ହୁଏ।
ତୁଳା: ମନରେ ଭୟ ସଞ୍ଚାର ହୋଇପାରେ। ଉଗ୍ର ସ୍ବଭାବର ହେବେ। ଉଚ୍ଚାସନ ମିଳିପାରେ। ଶତ୍ରୁତାର ଅବସାନ ଘଟିବ। ପ୍ରିୟ ଲୋକଙ୍କ ସାନ୍ନିଧ୍ୟ ମିଳିପାରେ। ବହୁବିଧ କୀର୍ତ୍ତି ସ୍ଥାପନ କରିପାରନ୍ତି। ବନ୍ଧୁ ବାନ୍ଧବଙ୍କ ଯଶଗାନ କରିବେ।
ବିଛା: ରାଜ ପୂଜିତ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ପରାକ୍ରମଶାଳୀ ହେବେ। ବହୁଜନ ପୋଷକ ହୋଇପାରନ୍ତି। ଏପରିକି ଗ୍ରାମାଧୀଶ ହେବେ। ଦୃଢ଼ ପୌରୁଷର ଅଧିକାରୀ ହେବେ। ଆୟୁ ବୃଦ୍ଧି ହେବ। ନିଜ କାର୍ୟ୍ୟରେ ସନ୍ତୁଷ୍ଟ ହେବେ।
ଧନୁ: ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସଂପଦ ମିଳିପାରେ। ଶାରୀରିକ ସ୍ତରରେ ସୁସ୍ଥ ଓ ବଳବାନ୍‌ ହେବେ। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହୋଇପାରନ୍ତି। ଧନଶାଳୀ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥ ଓ ଜ୍ଞାନ ଆହରଣ କରିବେ।
ମକର: ଶାନ୍ତ, ନିପୁଣ ଓ ମେଧାବୀ ହେବେ। ଶାସ୍ତ୍ରପଟୁ, ସୁବର୍ଣ୍ଣାଦିଯୁକ୍ତ ହେବେ। ଧର୍ମପ୍ରିୟ ହୋଇପାରନ୍ତି। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇପାରିବେ। ଯୁବତୀ ପ୍ରିୟ ହୋଇପାରନ୍ତି। ଲୋକମାନଙ୍କର କଷ୍ଟଦାତା ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହେବେ।
କୁମ୍ଭ: କୃଷିକର୍ମକାରୀଙ୍କୁ ଉତ୍ସାହିତ କରିବେ। ସଦା ସର୍ବଦା ବିନୟୀ ଭାବ ପ୍ରକାଶ କରିପାରନ୍ତି। ସୁଭାଷୀ ହେବେ। ଉତ୍ତମ ବିଦ୍ୟାଯୁକ୍ତ ହେବେ। ତେଜୀୟାନ୍‌ ହେବେ। କର୍ମଚଞ୍ଚଳ ରହିବେ। ବହୁ ଦ୍ରବ୍ୟର ଅଧିକାରୀ ହେବେ।
ମୀନ: ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି। ଧନାଗମର ସୂଚନା ମିଳୁଛି। ନୃତ୍ୟ, ସଙ୍ଗୀତପ୍ରିୟ ହେବେ। ସରକାରୀ ଅର୍ଥ ପ୍ରାପ୍ତ ହୋଇପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଧର୍ମ ମାର୍ଗରେ ମନୋନିବେଶ କରିବେ।

Comments are closed.