ଗୁରୁବାର ରାଶିଫଳ – ୧୧ ଫେବୃଆରୀ ୨୦୨୧

ମେଷ: ଅଶ୍ବିନୀ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କର୍ମକ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଘଟିବ। ସ୍ବାସ୍ଥ୍ୟ ଭଲ ରହିବ। ଆତ୍ମୀୟମାନଙ୍କ ସହିତ ବିବାଦ ଦେଖା ଦେବ। ବ୍ୟବସାୟ ଲାଭଜନକ ହେବ। ଦ୍ବିଜା ନକ୍ଷତ୍ରର ସାମାନ୍ୟ ଶୁଭ।
ବୃଷ: ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତିମାନେ ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ। ବ୍ୟବସାୟରୁ ସ୍ବଳ୍ପ ଲାଭ ମିଳିବ। କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ରୋହିଣୀ ଓ କୃର୍ତ୍ତିକା ନକ୍ଷତ୍ର ଜାତବ୍ୟକ୍ତିଙ୍କର ଚିନ୍ତା ବୃଦ୍ଧି ହୋଇପାରେ।
ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତବ୍ୟକ୍ତି ଜନହିତକର କାର୍ଯ୍ୟ କରି ପ୍ରଶଂସିତ ହେବେ। କର୍ମକ୍ଷେତ୍ର ଆପଣଙ୍କୁ ଉଚ୍ଚାସନ ଦେଇପାରେ। ପରିବାରରେ ଦେଖା ଦେଇଥିବା ବିବାଦର ସୁସମାଧାନ ହୋଇପାରେ। ବ୍ୟବସାୟରେ ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବେ। ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଶୁଭ।
କର୍କଟ: ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ସୁସ୍ଥ ଓ ନିରାମୟ ରହିବେ। ଧନପ୍ରାପ୍ତ ହୋଇପାରନ୍ତି। ବନ୍ଧୁ ମିଳନ ଘଟିପାରେ। ବ୍ୟବସାୟ ନୂତନ ଢ଼ାଞ୍ଚାରେ ପରିବର୍ତ୍ତନ କରିବେ। କର୍ମକ୍ଷେତ୍ରରେ ଶାନ୍ତି ମିଳିବ। ପୁନର୍ବସୁ ଓ ଅଶ୍ଳେଷାର ସାମାନ୍ୟ ଶୁଭ।
ସିଂହ: ମଘା ଓ ଉତ୍ତରା ଫାଲ୍‍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ବନ୍ଧୁଙ୍କ ସହଯୋଗ ମିଳିବ। ହଜି ଥିବା ଦ୍ରବ୍ୟ ଖୋଜିଲେ ପାଇବେ। ପାରିବାରିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପୂର୍ବା ଫାଲ୍‍ଗୁନୀର ସାମାନ୍ୟ ଶୁଭ।
କନ୍ୟା: ଉତ୍ତରା ଫାଲ୍‍ଗୁନୀ ଓ ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ମାନସିକ ଶାନ୍ତି ମିଳିବ। ପୁତ୍ର ବା ପୁତ୍ରବତ୍‍ ଧନ ରତ୍ନ ପ୍ରାପ୍ତ ହୋଇପାରନ୍ତି। ଉତ୍ତମ ମିତ୍ରଙ୍କ ସହଯୋଗ ମିଳିବ। ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ଆଶାବାଦୀ ହୋଇପାରନ୍ତି।
ତୁଳା: ଚିତ୍ରା ଓ ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତିଙ୍କର ବ୍ୟବସାୟ ଲାଭଜନକ ହେବ। କୃଷିକ୍ଷେତ୍ରରୁ ଭଲ ଆୟ କରିବେ। ବହୁ କାର୍ୟ୍ୟରେ ସଫଳତା ମିଳିବ। ଯାନ ବାହନ ସୁଖ ମିଳିପାରେ। ବିଶାଖା ନକ୍ଷତ୍ର ଜାତବ୍ୟକ୍ତି ଆଶାବାଦୀ ହେବେ।
ବିଛା: ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତି ପାରିବାରିକ ଜୀବନ ସୁଖମୟ ହେବ। ନୂତନ ଗୃହ ନିର୍ମାଣ ପାଇଁ ଯୋଜନା କରିବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ସମଫଳ ପାଇବେ।
ଧନୁ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ବିଦେଶ ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ସୁଖ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ପୂର୍ବାଷାଢ଼ାର ସମଫଳ।
ମକର: ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ପଦନ୍ନୋତି ଘଟିପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପାରିବାରିକ ଶାନ୍ତି ମିଳିବ। ଜଳାଶୟ ନିର୍ମାଣ କରି ଉପକୃତ ହେବେ। ଶ୍ରାବଣୀ ଓ ଅଭିଜିତର ସାମାନ୍ୟ ଶୁଭ।
କୁମ୍ଭ: ଧନିଷ୍ଠା ଓ ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଆୟ ବ୍ୟୟ ପ୍ରାୟ ସମାନ ରହିବ। ପାରିବାରିକ ଶାନ୍ତି ମିଳିପାରେ। ସ୍ୱଇଚ୍ଛାରେ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ପୂର୍ବ ଭାଦ୍ର ନକ୍ଷତ୍ରର ଅଶାନ୍ତି ଉପୁଜି ପାରେ।
ମୀନ: ଉତ୍ତରା ଭାଦ୍ରପଦ ନକ୍ଷତ୍ର ଜାତବ୍ୟକ୍ତି ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଗୃହରେ ଶୁଭକାର୍ଯ୍ୟ କରିପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଜ୍ଞାନ ଗରିମାର ପରିଚୟ ଦେବେ। ଉତ୍ତରା ଓ ରେବତୀ ନକ୍ଷତ୍ରର ସମଫଳ।

Comments are closed.