ଗୁରୁବାର ରାଶିଫଳ – ୨୧ ଜାନୁଆରୀ ୨୦୨୧

ମେଷ: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ନୂଆବନ୍ଧୁ ଜୁଟି ପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ବ୍ୟବସାୟ ଲାଭଜନକ ହେବ।
ବୃଷ: ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଆତ୍ମସଂଯମୀ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟି ପାରନ୍ତି।
ମିଥୁନ: ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ।
କର୍କଟ: ଶୁଭ ସମାଚାର ମିଳିବ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି।
ସିଂହ: କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି। ଭାଗ୍ୟର ପରିବର୍ତ୍ତନ ଘଟିବ। ଗୃହ ପରିବେଶ ପ୍ରଦୂଷଣଯୁକ୍ତ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମହିଳାମାନଙ୍କ ସାହାଯ୍ୟକାରୀ ହେବେ।
କନ୍ୟା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଭାଗୁଆଳି ବ୍ୟବସାୟରୁ ସ୍ବଳ୍ପ ଲାଭ ମିଳିବ। ଭୋଗ ବିଳାସ କରିପାରନ୍ତି। ମିତ୍ରମାନେ କରଛଡ଼ା ଦେବା ସମ୍ଭାବନା ଅଛି। ଜଳଯାତ୍ରା ଓ ଯାନବାହନରେ ସତର୍କ ରହିବେ।
ତୁଳା: ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବନ୍ଧୁ ମିଳନ ଘଟିବ। ସୁସ୍ବାଦୁ ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିପାରନ୍ତି। ମୂଲ୍ୟବାନ୍‌ ଧାତୁ ଦ୍ରବ୍ୟ ପ୍ରାପ୍ତ ହେବେ।
ବିଛା: ବନ୍ଧୁ ସହାୟତା ପାଇ ଶତ୍ରୁ ବିନାଶ କରିବେ ଓ ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ଅନୁକୂଳ ରହିଛି। ଋଣ ପରିଶୋଧ କରି ଚିନ୍ତାମୁକ୍ତ ହେବେ।
ଧନୁ: ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ସୁସମ୍ବାଦ ଶୁଣି ଆନନ୍ଦ ଉପଭୋଗ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମକର: ଶ୍ରମ ସାର୍ଥକ ହେବ। ପରିଶ୍ରମୀ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ସମୟାନୁବର୍ତ୍ତୀ ହେବେ। ଭବିଷ୍ୟତ ପାଇଁ ସୁଦୂର ପ୍ରସାରୀ ଯୋଜନା ପ୍ରସ୍ତୁତ କରିପାରନ୍ତି। କାର୍ଯ୍ୟଶୈଳୀରେ ଉନ୍ନତି ଘଟିବ।
କୁମ୍ଭ: ଆର୍ଥିକ ସ୍ଥିତିରେ ସୂଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି। ଉପଯୁକ୍ତ କର୍ମାନୁରକ୍ତ ହେବେ। ଭଗବତ୍‌ କାର୍ଯ୍ୟକ୍ରମରେ ଯୋଗଦାନ କରି ଭଗବତ୍‌ପ୍ରେମୀମାନଙ୍କୁ ଉତ୍ସାହିତ କରିବେ। ସରକାରୀ ଲାଭ ମିଳିବ।
ମୀନ: ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି। ନୀତିନିଷ୍ଠ ବ୍ୟକ୍ତିଭାବେ। ସମ୍ମାନିତ ହେବେ। କେତେକ କାରଣରୁ ବିଷାଦିତ ହୋଇପାରନ୍ତି। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି।

Comments are closed.