ଗୁରୁବାର ରାଶିଫଳ (୨୭ ଅଗଷ୍ଟ ୨୦୨୦)

ମେଷ: ସେବାକ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ମନରେ ଈର୍ଷାଭାବ ଜାତ ହୋଇପାରେ। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ।

ବୃଷ: ବ୍ୟବସାୟୀ ଲାଭଜନକ ହେବେ। ସେବା ମନୋଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ଗ୍ରହଣଯୋଗ୍ୟ ହେବ। ବନ୍ଧୁ ସହାୟତା ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମିଥୁନ: ଆମୋଦ ପ୍ରମୋଦରେ ସମୟ ଅତିବାହିତ କରୁଥିବା ବେଳେ, ଶତ୍ରୁର ଉପସ୍ଥିତି ବିବ୍ରତ କରିପାରେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଶତ୍ରୁଦମନ କରି ଆଶ୍ବସ୍ତି ହେବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ କୃପାଦୃଷ୍ଟି ରହିବ।

କର୍କଟ: ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଆକସ୍ମିକ ଭା​‌େ​‌ବ ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ଉତ୍ତମ ବ୍ୟକ୍ତିତ୍ବ ଯୁକ୍ତ ହେବେ।

ସିଂହ: କାର୍ଯ୍ୟରେ ସ୍ଥିରତା ଆସିବ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଉଦାର ସ୍ବଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହେବେ। ସ୍ବାସ୍ଥ୍ୟ ଭଲ ରହିବ। କୃଷିକର୍ମକାରୀ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ଭ୍ରାତାଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

କନ୍ୟା: ସାଂଗଠନିକ କାର୍ଯ୍ୟରେ ନେତୃତ୍ବ ନେବେ। ମନପ୍ରସନ୍ନ ରହିବ। ମଧୁରଭାଷୀ ହେବେ। ଆସ୍ତିକ ହେବେ। ପ୍ରେମୀ ଓ ସାହସୀ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟ ହାସଲ କରିବେ। ସାନଭାଇମାନଙ୍କଠାରୁ ଆଦର, ସମ୍ମାନ ମିଳିବ।

ତୁଳା: ଭାଗ୍ୟଶାଳୀ ହୋଇପାରନ୍ତି। ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ମିଷ୍ଟଭାଷୀ ଓ ସହିଷ୍ଣୁ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ। ବିଭିନ୍ନ ଦିଗରୁ ଧାନାଗମ ହେବ। ବିଦ୍ୟାପ୍ରେମୀ ହେବେ।

ବିଛା: ପାରିବାରିକ ଓ ଶୁଭେଚ୍ଛୁଙ୍କ ସ୍ନେହ, ଶ୍ରଦ୍ଧାର ପାତ୍ର ହେବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନଲାଭ ହେବ। ରୋଜଗାରର ମାତ୍ରା ବୃଦ୍ଧି ହେବ। ଶ୍ରୀଚନ୍ଦ୍ର ଯୋଗୁଁ ଉତ୍ତମ ଭୋଜନ ମିଳିବ।

ଧନୁ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। କର୍ମଚଞ୍ଚଳ ରହିବେ। ଏକାନ୍ତ ପ୍ରିୟ ହେବେ। ଚକ୍ଷୁରେ ସାମାନ୍ୟ ପୀଡ଼ା ଦେଖାଦେଇପାରେ। ସ୍ନେହପୂର୍ଣ୍ଣ କଥାବାର୍ତ୍ତାରେ ପରକୁ ଆପଣାର କରିବେ। ଧାର୍ମିକ ପ୍ରବୃତ୍ତିର ହେବେ।

ମକର: ତରବର ହୋଇ ଆଗକୁ ବଢ଼ିବା ଅପେକ୍ଷା ଧୀରେ ସୁସ୍ଥେ ଅଗ୍ରଗାମୀ ହେବେ। ଆୟ ଭତ୍ତମ ଧରଣର ହେବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସମ୍ମାନିତ ହେବେ।

କୁମ୍ଭ: କୁଳ ଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହ, ସଦିଚ୍ଛା ଭାବ ରହିବ। ସୁଖ ମିଳିବ।

ମୀନ: କାର୍ଯ୍ୟରେ ସଫଳତା ଲାଭ କରିବେ। ଭାଗ୍ୟଶାଳୀ ହେବେ। ଭୋଗବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ପାରିବାରିକ ସୁଖ ମିଳିବ। ଉଦ୍ୟୋଗୀ ହେବେ।

Comments are closed.