ଗୁରୁବାର ରାଶିଫଳ(୧୭/୧୨/୨୦୨୦)

ମେଷ: ନିଜ ଜ୍ଞାନ ଗରିମା ପ୍ରୟୋଗ କରି କାର୍ଯ୍ୟ କରି ଚାଲିବେ। କର୍ମତତ୍ପର ରହିବେ। କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।
ବୃଷ: ସେବା ପୂଜାରେ ମନୋନିବେଶ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ ବିଳାସ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ସୁଖୀ ହେବେ। ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ। ପ୍ରବଳ ଉଦ୍ୟୋଗୀ ହେବେ।
ମିଥୁନ: ସୁଖ ମିଳିବା କଷ୍ଟକର ବ୍ୟପାର। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ ଲାଭ ମିଳିବ। ପ୍ରତିଶୋଧ ପରାୟଣ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ।
କର୍କଟ: ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
ସିଂହ: ଖର୍ଚ୍ଚାନ୍ତ ପାଇଁ ବିଚଳିତ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ, ଶ୍ରଦ୍ଧାଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଶାରୀରିକ ଶକ୍ତି ସମ୍ପନ୍ନ ହେବେ। ଶତ୍ରୁହନ୍ତା ହୋଇପାରନ୍ତି।
କନ୍ୟା: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ଲଟେରି ଭାଗ୍ୟଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ସୁସ୍ଥ ରହିବେ।
ତୁଳା: ଉଦାର ପ୍ରକୃତିର ହେବେ। ଦାନଶୀଳ ହୋଇପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷିକର୍ମକାରୀ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‍ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
ବିଛା: ଉନ୍ନତ ଧରଣର କାର୍ଯ୍ୟ ପ୍ରାପ୍ତି ପାଇଁ ଆଶାବାଦୀ ହେବେ। ମନ ପ୍ରସନ୍ନ ରହିବ। ଈଶ୍ୱର ବିଶ୍ୱାସୀ ହେବେ। ମଧୁରଭାଷୀ ହୋଇପାରନ୍ତି। ମେଳାପୀ ପ୍ରକୃତିର ହେବେ। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କଠାରୁ ଆଦର ମିଳିବ।
ଧନୁ: ଅସାଧୁ କର୍ମଚାରୀଙ୍କ ପ୍ରତି ଘୃଣାଭାବ ଆଣି ପାରନ୍ତି। ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ମଧୁରଭାଷୀ ହେବେ। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମକର: ଅସଂପୂର୍ଣ୍ଣ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ ରୂପ ଦେବାରେ ସଫଳ ହେବେ। ଶ୍ରୀଚନ୍ଦ୍ର ଭୋଗ ହେତୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନଲାଭ ହେବାର ସୁଯୋଗ ଅଛି। ସମ୍ପତ୍ତିବାନ୍‍ ହେବେ।
କୁମ୍ଭ: ଆତ୍ମସଂଯମୀ ହୋଇ କାର୍ଯ୍ୟ କରିବେ। ପଥରୋଧକାରୀ ମାନେ ବିଫଳ ହେବେ। କର୍ମଚଞ୍ଚଳ ରହିବେ। ନିରୋଳାରେ ସମୟ ବିତାଇବାକୁ ଇଚ୍ଛା କରିବେ। ମଧୁର ସମ୍ଭାଷଣରେ ଅଧସ୍ଥନକୁ ଆପଣାର କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ହେବ।
ମୀନ: ବିଷମ ସମସ୍ୟାକୁ ପାରି ହୋଇ ଶତ୍ରୁପକ୍ଷକୁ ଉଚିତ୍‍ ଯବାବ୍‍ ଦେବେ। ସୁସ୍ଥ ରହିବେ। କର୍ମଚଞ୍ଚଳ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଯଶସ୍ୱୀ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତ ହେବେ।

Comments are closed.