ଗୁରୁବାର ରାଶିଫଳ (୦୬.୦୮.୨୦୨୦)

ମେଷ: ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। କର୍ମଚଞ୍ଚଳ ରହିବେ। ଗୃହ ଓ ଯାନବାହନ ସୁଖ ମିଳିବ।
ବୃଷ: କାର୍ୟ୍ୟରେ ସଫଳତା ଲାଭ କରିବେ। କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ଶରୀର ସୁସ୍ଥ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ।
ମିଥୁନ: ସମ୍ମାନିତ ହୋଇପାରନ୍ତି। ସୁଖୀ, ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ। ଦାମ୍ପତ୍ୟ ସୁଖ ମିଳିବ।
କର୍କଟ: ମନରେ ନୈରାଶ୍ୟଭାବ ଜାତ ହୋଇପାରେ। ଈର୍ଷା ପରାୟଣ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟରୁ ଲାଭ ମିଳିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।
ସିଂହ: ମନ ପ୍ରସନ୍ନ ରହିବ। ବନ୍ଧୁ ସହାୟତା ମିଳିବ। ବ୍ୟବସାୟ ଲାଭଜନକ ହେବ। ମନରେ ସେବାଭାବ ଜାଗ୍ରତ ହେବ। ଶାନ୍ତ ଓ ଧୈର୍ୟ୍ୟବାନ୍‍ ହେବେ। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ଶାନ୍ତ ଓ ଧୈର୍ୟ୍ୟବାନ୍‍ ହେବେ। ଧନଲାଭ ହେବ।
କନ୍ୟା: ଉତ୍ସାହିତ ହୋଇ କାର୍ୟ୍ୟ ସମ୍ପାଦନ କରିପାରନ୍ତି। ଭାଇମାନଙ୍କ ଉପରେ ଶ୍ରଦ୍ଧାଭାବ ରହିିବ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଚାକିରିରେ ସୁନାମ ମିଳିବ।
ତୁଳା: ପଠନ, ଲିଖନ ଉପରେ ଗୁରୁତ୍ୱ ଦେବେ। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ଅଧିକ ଧନଲାଭ ହେବ।
ବିଛା: ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ଧର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସୁଖୀ ତଥା ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷିକର୍ମରେ ତତ୍ପର ହେବେ। ପ୍ରେମୀ ଓ ବୁଦ୍ଧିମାନ୍‍ ହେବେ।
ଧନୁ: କାର୍ୟ୍ୟରେ ସଫଳତା ମିଳିବ। ମନ ପ୍ରସନ୍ନ ରହିବ। ମଧୁରଭାଷୀ ହୋଇପାରନ୍ତି। ଆସ୍ତିକ, ପ୍ରେମୀ ଓ ସାହସୀ ହେବେ। ସାନ ଭାଇମାନଙ୍କଠାରୁ ଆଦର, ସମ୍ମାନ ମିିଳିପାରେ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ୱାନ୍‍ ହୋଇପାରନ୍ତି।
ମକର: କର୍ମକ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପରମ ଭାଗ୍ୟଶାଳୀ ହେବେ। ଆକର୍ଷଣୀୟ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ ଓ ଶାନ୍ତି ପ୍ରିୟ ହେବେ। ଚତୁର ହୋଇପାରନ୍ତି।
କୁମ୍ଭ: ଆୟ ଆଶାନୁରୂପ ହେବ। ଉଚ୍ଚଆଶା ଫଳବତୀ ହେବ। ଐଶ୍ୱର୍ୟ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ।
ମୀନ: ଘାତ-ପ୍ରତିଘାତ ଭିତର ଦେଇ ଗତି କରିବେ। କର୍ମଚଞ୍ଚଳ ରହିବେ। ସାମୟିକ ଭାବେ ଏକାନ୍ତରେ ସମୟ କଟାଇବାକୁ ଇଚ୍ଛା ପ୍ରକାଶ କରିପାରନ୍ତି। ମନଭୁଲା କଥା କହି ପରକୁ ଆପଣାର କରିପାରନ୍ତି। ଶୁଭକର୍ମରେ ଖର୍ଚ୍ଚାନ୍ତ ହୋଇପାରନ୍ତି।

Comments are closed.