ଗୁରୁବାର ରାଶିଫଳ ( ୨୨-୧୦-୨୦୨୦)

ମେଷ: ଦୂରୁହ କାର୍ଯ୍ୟକୁ କରାୟତ କରିପାରନ୍ତି। ସେବା ମନୋଭାବର ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ପାଇ ତା’ର ସଦ୍‍ପୋଯୋଗ କରିପାରନ୍ତି। ଅଂଶ ଗ୍ରହଣ କରିଥିବା ପ୍ରତିଯୋଗିତାରେ ବିଜୟୀ ହେବେ।

ବୃଷ: ଅନଟନର ସମ୍ମୁଖୀନ ହୋଇପାରନ୍ତି। ଶୁଭକାର୍ଯ୍ୟକୁ ସ୍ଥଗିତ ରଖିବେ। ସ୍ୱାଭିମାନୀ ହେବେ। ବିଦ୍ୟାବାନ୍‍ ହେବେ। ଯଶସ୍ୱୀ ହୋଇପାରନ୍ତି। ବିଳାସ ବ୍ୟସନ କରିପାରନ୍ତି; ମାତ୍ର ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କ ରହିବେ।

ମିଥୁନ: ମନ ପ୍ରସନ୍ନ ରହିବ। ଦିନଟି ସୁଖଦାୟକ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସୁସ୍ୱାଦୁ ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିପାରନ୍ତି। ବାଣିଜ୍ୟ କାରବାର ଲାଭଦାୟକ ହେବ।

କର୍କଟ: ପ୍ରତିଶୋଧ ପରାୟଣ ହୋଇପାରନ୍ତି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସ୍ୱାଦ ପାଇ ଖୁସି ହୋଇପାରନ୍ତି। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିପାରନ୍ତି।

ସିଂହ: ପଠନ, ଲିଖନରେ ମନୋଯୋଗୀ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ହଠାତ୍‍ କିଛି ଅର୍ଥ ମିଳିବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପୁତ୍ର ସୁଖ ମିଳିବ। ଜିତେନ୍ଦ୍ରୀୟ ହେବେ। ପରାକ୍ରମୀ ହେବେ।

କନ୍ୟା: ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଶତ୍ରୁନାଶ କରି ମନବାଞ୍ଛା ପୂରଣ କରିପାରନ୍ତି। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ ହେବେ। ବାହୁରେ ପୀଡ଼ା ଉପୁଜି ପାରେ। ଯାନବାହନ ସୁଖ ମିଳିବ।

ତୁଳା: ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଦେବ ଦର୍ଶନ ଲାଭର ସୌଭାଗ୍ୟ ଅଛି। ଅଶାନ୍ତିର ଉପସମ ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ବିବାଦରେ ବିଜୟୀ ହେବେ।

ବିଛା: ଲୋଭଗ୍ରସ୍ତ ହୋଇପାରନ୍ତି। ଦେଖାଦେଇ ଥିବା ଆକସ୍ମିକ ସମସ୍ୟାର ସୁସମାଧାନ କରିବାରେ ପାରଙ୍ଗମ ହେବେ। ସ୍ୱାସ୍ଥ୍ୟକୁ ଜଗି ଚଳିବାକୁ ପଡ଼ିବ। ଶ୍ରେଷ୍ଠତା ପ୍ରାପ୍ତ ହେବେ। ତେଜୀୟାନ୍‍ ହୋଇପାରନ୍ତି। ଜନବଲ୍ଲଭ ହେବେ।

ଧନୁ: ସୁଖ ସମ୍ମାନ ଲାଭ କରିପାରନ୍ତି। ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।

ମକର: ମିଳିଥିବା ସୁଯୋଗର ଉପଯୋଗ କରିପାରନ୍ତି। କେହି ଆପଣଙ୍କୁ ପ୍ରତାରିତ କରିବାକୁ ଚେଷ୍ଟା କରିପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ଭଲ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମଧୁର କଥାରେ ପରକୁ ଆପଣାର କରିବେ।

କୁମ୍ଭ: ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଉଦ୍ୟମ ପ୍ରଶଂସନୀୟ ହେବ। କରିତ୍‍କର୍ମା ହେବେ।

ମୀନ: ତ୍ୟାଗପୁତ ମନୋବୃତ୍ତିର ହୋଇପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଶୁଭ ଖବର ପାଇ ଉତ୍‍ଫୁଲ୍ଲିତ ହେବେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ କରଣୀୟ। ବିବାଦରେ ବିଜୟୀ ହେବେ।

Comments are closed.