ଗୁରୁବାର ରାଶିଫଳ ୧୮। ୦୬। ୨୦୨୦

ମେଷ: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ଶିବଦର୍ଶନ ଶୁଭଦାୟକ ହେବ। ପୁତ୍ର ସୁଖ ମିଳିପାରେ। ପରାକ୍ରମୀ ହୋଇପାରନ୍ତି। ଜିତେନ୍ଦ୍ରିୟ, କୀର୍ତ୍ତିମାନ୍‌ ହେବେ। ଚରିତ୍ରବତ୍ତା ଯୋଗୁଁ ଜନବଲ୍ଲଭ ହୋଇପାରନ୍ତି।
ବୃଷ: ବ୍ୟୟଭାର ବୃଦ୍ଧି ହୋଇପାରେ। ଆଶ୍ବାସନା ମିଳିବ। ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଧାର୍ମିକ ହେବେ। ଶିଳ୍ପକ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରନ୍ତି। କର୍ମ ଚଞ୍ଚଳ ରହିବେ। ଗରିମାଯୁକ୍ତ ହେବେ।
ମିଥୁନ: ପ୍ରୀତି ଲାଭ କରିପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଅଭୀଷ୍ଟ ପୂର୍ଣ୍ଣ ହୋଇପାରେ। ସମ୍ମାନିତ ହେବାର ସୌଭାଗ୍ୟ ଅଛି। ଯାନବାହନ ସୁଖ ମିଳିପାରେ। ସରକାରଙ୍କ କୃପାପାତ୍ର ହେବେ। କୀର୍ତ୍ତିମାନ୍‌, ବିଳାସୀ ଓ ଗୁଣଜ୍ଞ ହେବେ।
କର୍କଟ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ସତ୍‌ସଙ୍ଗୀ ହୋଇପାରନ୍ତି। ଅନ୍ୟର ମଙ୍ଗଳ କାମନା କଲେ ନିଜର ମଙ୍ଗଳ ହେବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ଅର୍ଥ ସଞ୍ଚୟ କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସୁଖୀ ହେବେ।
ସିଂହ: ଆଗକୁ ଯିବାର ସୁଯୋଗ ଅଛି। ଆୟ ବୃଦ୍ଧି ହୋଇପାରେ। ପରିଶ୍ରମ ତୁଳନାରେ ଲାଭ ସୀମିତ ହେବ। ଭାଗ୍ୟଶାଳୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉପକାରୀ ମହିଳାଙ୍କ ସାନ୍ନିଧ୍ୟ ପାଇ ଗର୍ବିତ ହେବେ।
କନ୍ୟା: ସୁଯୋଗ ମିଳିବ; ମାତ୍ର ଦୁର୍ଯୋଗ ପ୍ରତି ସତର୍କ ରହିବାକୁ ପଡ଼ିବ। ଭାଗ୍ୟବାନ୍‌ ହେବେ। ଅସାଧୁ ଓ ଦୁଷ୍ଟମାନଙ୍କୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଜଳଯାତ୍ରା କରିବା ମନା। ଶୁଭକାର୍ଯ୍ୟ ସ୍ଥଗିତ ହେବ।
ତୁଳା: କର୍ମକ୍ଷେତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ। ବନ୍ଧୁ ସହାୟତା ଓ ସାନ୍ନିଧ୍ୟ ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ। ପତ୍ନୀ ସହାୟିକା ହେବେ। ସେବକ ହୋଇପାରନ୍ତି।
ବିଛା: କର୍ମ ଚଞ୍ଚଳ ରହିପାରନ୍ତି। ଧନସଂଯୁକ୍ତ ହୋଇପାରନ୍ତି। କୁଳପ୍ରଧାନ ହେବେ। କର୍ମକ୍ଷେତ୍ରରେ ସ୍ଥିରତା ଆସିବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପରାକ୍ରମୀ ହେବେ। ଗ୍ରାମାଧୀଶ ହେବେ।
ଧନୁ: କର୍ମକ୍ଷେତ୍ର ଉତ୍ସାହପ୍ରଦ ହେବ। କାର୍ଯ୍ୟ କ୍ଷେତ୍ରର ଅଗ୍ରଗତି ପାଇଁ ସୁଖ-ସନ୍ତୋଷ ଲାଭ କରିପାରନ୍ତି। ଯୋଜନା ଚାଲୁ ରହିବ ଓ ଫଳବତୀ ହେବ। ବାଣିଜ୍ୟ କାରବାର ଉନ୍ନତମାନର ହେବ। କର୍ତ୍ତବ୍ୟପରାୟଣ ହେବେ। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
ମକର: ପ୍ରତ୍ୟେକ କ୍ଷେତ୍ରରେ ଜଗି-ରଖି ଚଳିବାକୁ ପଡ଼ିବ। ନିଜର କର୍ମକୁଶଳତା ପାଇଁ ମନରେ ଅହଂଭାବ ଜାଗ୍ରତ ହୋଇପାରେ। ସମସ୍ୟା ବୃଦ୍ଧି ହୋଇପାରେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ପ୍ରିୟ ବନ୍ଧୁଙ୍କ ପ୍ରତି ଅନୁରକ୍ତି ରହିବ। କୃଷିପ୍ରେମୀ ହେବେ।
କୁମ୍ଭ: କାର୍ଯ୍ୟକୁ କରାୟତ୍ତ କରିପାରନ୍ତି। ଆର୍ଥପ୍ରାପ୍ତିର ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ଚଞ୍ଚଳମନା ହୋଇପାରନ୍ତି। ଦ୍ରବ୍ୟ ଲାଭର ସୂଚନା ମିଳୁଛି। କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି।
ମୀନ: ଚାଲୁ ରହିଥିବା କାର୍ଯ୍ୟରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ମାନ୍ୟତା ପ୍ରାପ୍ତିର ସୁଯୋଗ ଅଛି। ଅର୍ଥ ସଞ୍ଚୟ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ପତ୍ନୀଙ୍କର ପ୍ରାଧାନ୍ୟ ବଳବତ୍ତର ରହିବ। ବ୍ରହ୍ମ ଉପାସକ ହେବେ।

Comments are closed.