ଗୁରୁବାର ରାଶିଫଳ ୨୧। ୫।୨୦୨୦

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦଦାୟକ ହୋଇପାରେ। ଘାତଚନ୍ଦ୍ର ଥାଇବି କୌଣସି କ୍ଷୟ-କ୍ଷତିର ପ୍ରଶ୍ନ ଉଠୁ ନାହିଁ। ଧନଯୁକ୍ତ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନ ଉଣା ହେବ ନାହିଁ। ଶକ୍ତିମାନ୍‌ ହେବେ।
ବୃଷ: ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି। କାର୍ୟ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ମୂଲ୍ୟବାନ୍‍ ଦ୍ରବ୍ୟଲାଭର ସୁଯୋଗ ଅଛି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ଆକସ୍ମିକ ସମସ୍ୟା ଦେଖାଦେଇ ପାରେ।
ମିଥୁନ: ଧନାଗମର ସୁଯୋଗ ସୃଷ୍ଟି ହୋଇଛି। ନାନାବିଧ ସମ୍ମାନର ଅଧିକାରୀ ହେବେ। କୀର୍ତ୍ତିମାନ୍‍ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। ଆନନ୍ଦ ଉପଭୋଗ କରିବେ। ଅପାର ଗୁଣର ଅଧିକାରୀ ହେବେ। ପ୍ରସନ୍ନତା ଲାଭ କରିପାରନ୍ତି।
କର୍କଟ: ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ନୈତିକ ବଳରେ ବଳୀୟାନ୍‍ ହୋଇପାରନ୍ତି। ମାନ୍ୟତା ପ୍ରାପ୍ତ ହେବେ। ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ଘଟିବ। ଚାକିରି କ୍ଷେତ୍ରରେ ପଦୋନ୍ନତିର ସୌଭାଗ୍ୟ ଅଛି। ସର୍ବାଙ୍ଗୀନ ଉନ୍ନତି ହେବା ଆଶା କରାଯାଏ।
ସିଂହ: ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଦେବ ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ଧନଲାଭର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କନ୍ୟା: କାର୍ଯ୍ୟଟି ଯେପରି ହାତରୁ ଖସି ନ ଯାଏ। ସେଥିପ୍ରତି ଯତ୍ନବାନ୍‍ ହେବାକୁ ପଡ଼ିବ। ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଶତ୍ରୁଭାବ ସୃଷ୍ଟି ହୋଇପାରେ; ମାତ୍ର ଅନିଷ୍ଟ ହେବ ନାହିଁ। ମଧୁର ଭାଷାରେ ପରକୁ ନିଜର କରିବେ।
ତୁଳା: ବନ୍ଧୁ ସହାୟତା ପାଇ ଲାଗି ରହିଥିବା ଝାମେଲାର ଅନ୍ତ ଘଟାଇ ପାରନ୍ତି। ଆନନ୍ଦ ଉତ୍ସବରେ ସମୟ ଅତିବାହିତ ହୋଇପାରେ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। କାର୍ୟ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ସୁଖ ମିଳିବ।
ବିଛା: ଶତ୍ରୁର ଉପସ୍ଥିତି ନେଇ ପ୍ରତିକାର ପାଇଁ ତତ୍ପର ହେବେ। ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି। ରାଜପୂଜା ମିଳିବ। ଯାନବାହନଯୁକ୍ତ ହେବେ। ନଗର ବା ଗ୍ରାମାଧୀଶ ହେବେ। ପରାକ୍ରମଶାଳୀ ଓ ବହୁପୋଷକ ହେବେ।
ଧନୁ: ପ୍ରତାରକମାନେ ତାଙ୍କ କାର୍ଯ୍ୟରୁ ଓହରି ଯିବାକୁ ବାଧ୍ୟ ହେବେ। ସେମାନଙ୍କୁ ଆପଣଙ୍କ କାର୍ୟ୍ୟକଳାପ ବିସ୍ମିତ କରିପାରେ। ବ୍ୟବସାୟରୁ ଅଧିକ ଲାଭ ମିଳିବ। ବିତ୍ତଶାଳୀ ହୋଇପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ଶୁଭା-ଶୁଭ ମିଶ୍ରିିତ ଫଳପ୍ରାପ୍ତ ହେବେ।
ମକର: ବନ୍ଧୁଙ୍କ ସହିତ ଅତିମାତ୍ରାରେ ସଂପର୍କ ବୃଦ୍ଧି କାରଣରୁ ଗୌରବହୀନ ହୋଇପାରନ୍ତି। ନିଜକୁ କଳହମୁକ୍ତ ରଖିବାକୁ ଉଦ୍ୟମ ଜାରି ରଖିବେ। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରି ଗଢ଼ି ତୋଳିବ। ଧୈର୍ଯ୍ୟବାନ ହେବେ। କୃଷିରୁ ଆୟ ଓ ବାହନ ସୁଖ ଅଛି।
କୁମ୍ଭ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ବହନ କରିପାରନ୍ତି। ସାଧନାରେ ସିଦ୍ଧି ଲାଭ କରିବେ। ଆଶା ଫଳବତୀ ହେବ। ପରିଶ୍ରମର ମୂଲ୍ୟ ମିଳିବ। କାର୍ୟ୍ୟରେ ସଫଳତା ଲାଭ କରିପାରନ୍ତି। ସକଳ-ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ।
ମୀନ: ସାମୟିକ ଭାବେ ବିଶ୍ରାମ ନେବାକୁ ଇଚ୍ଛା ପ୍ରକାଶ କରିପାରନ୍ତି। ଭାଗ୍ୟଶାଳୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ସଫଳତା ମିଳିବ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ସରକାରୀ ଅର୍ଥ ମିଳିପାରେ।

Comments are closed.