ଗୁରୁବାର ରାଶିଫଳ ୦୭। ୦୫।୨୦୨୦

ମେଷ: ନୂତନ କାର୍ଯ୍ୟାରମ୍ଭ କରିବେ। ଆମୋଦ-ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। ସୁଖକର ଘଟଣାମାନ ଘଟିବ। କାର୍ୟ୍ୟରେ ସଫଳତା ମିଳିବ। ଶୁଭକାର୍ଯ୍ୟ କରଣୀୟ।
ବୃଷ: ମିଳୁଥିବା ସୁଯୋଗର ଉପଯୋଗ କରିପାରନ୍ତି। ସୁଖ-ସମ୍ମାନ ଲାଭ କରିପାରନ୍ତି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଶୁଭକାର୍ୟ୍ୟ ପାଇଁ ଦିନଟି ପ୍ରଶସ୍ତ ଅଛି। କରଜ ଶୁଝିବେ।
ମିଥୁନ: ମିତ୍ର ଲାଭ ହେବ। ପଢ଼ା-ପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଶୁଭଖବର ପାଇ ଉତ୍‍ଫୁଲ୍ଲିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୃତ୍ୟ ସଙ୍ଗୀତ ପ୍ରିୟ ଓ କର୍ମାନୁରକ୍ତ ହେବେ।
କର୍କଟ: ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିବେ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ପରିଶ୍ରମ ଅତ୍ୟଧିକ ହେଲେ ବି; ତା’ର ମୂଲ୍ୟ ମିଳିବ। ପରୋପକାରୀ ହେବେ। ସରକାରୀ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି।
ସିଂହ: ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଉପଯୁକ୍ତ ରହିଛି। ଦେବଦର୍ଶନରେ ଅଶାନ୍ତିର ମାତ୍ରା କମିବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ସକ୍ଷମ ହେବେ।
କନ୍ୟା: ଆଳସ୍ୟ ଅନୁଭବ କରିପାରନ୍ତି। ସାମୟିକ ବିଶ୍ରାମ ପରେ ଚଳ-ଚଞ୍ଚଳ ରହିବେ। ଶତ୍ରୁଭାବ ବୃଦ୍ଧି ହେଲେବି ଅନିଷ୍ଟ ଘଟିବାର ପ୍ରଶ୍ନ ଉଠୁନାହିଁ। ତ୍ୟାଗୀ ଓ ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ ହେବେ। କୀର୍ତ୍ତିମାନ୍‍ ହୋଇପାରନ୍ତି।
ତୁଳା: ଆଶାବାଦୀ ହୋଇପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ପ୍ରୀତି ଭୋଜନ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।
ବିଛା: ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହୋଇପାରନ୍ତି। ଶତ୍ରୁ ଦମନ କରି ଆଶ୍ୱସ୍ତ ହୋଇପାରନ୍ତି। ଉତ୍ତମ ବଂଶରୁ କନ୍ୟା ଲାଭ କରିପାରନ୍ତି। ରୂପବାନ୍‍ ଓ ସୁଖୀ ହେବେ। କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି।
ଧନୁ: କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁସମ୍ବାଦ ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ମଧୁରଭାଷୀ ହେବେ।
ମକର: କର୍ମଚଞ୍ଚଳ ରହିବେ। ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶ୍ରମ ସାର୍ଥକ ହେବ।
କୁମ୍ଭ: କାର୍ଯ୍ୟରେ ଅଗ୍ରଗତି ଘଟିବ। ଓ ସଫଳତା ଲାଭ କରିବେ। ଅଧିକ କ୍ଷମତାପ୍ରାପ୍ତ ହୋଇ ତା’ର ସଦ୍‍ବ୍ୟବହାର କରି ପାରନ୍ତି। ବିବାଦୀୟ ଘଟଣାରେ ଆପଣଙ୍କ ଦୃଢ଼ମତ ବଳବତ୍ତର ରହିବ। ପୁତ୍ର ସୁଖ ମିଳିପାରେ। ବ୍ୟକ୍ତିତ୍ୱ ବିକଶିତ ହେବ।
ମୀନ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅର୍ଥ ଟାଣଟୁଣ ରହିବ। ବନ୍ଧୁ ଓ ସହଯୋଗୀମାନେ କରଛଡ଼ା ଦେଇପାରନ୍ତି। ସ୍ୱାଭିମାନୀ ହେବେ। ଭାଗୁଆଳି ବ୍ୟବସାୟରୁ କିଛି ଲାଭ ମିଳିବ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ।

Comments are closed.