ଗୁରୁବାର ରାଶିଫଳ ୨୦।୦୨। ୨୦୨୦

ମେଷ: ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ମଧ୍ୟମ ଧରଣର ଶୁଭଫଳ ମିଳିପାରେ। ସନ୍ତାନ ସୁଖ ମିଳିବ। ମିତ୍ରମାନଙ୍କ ପ୍ରତି ଅନୁରକ୍ତି ରହିବ। ଜିତେନ୍ଦ୍ରିୟ ହୋଇପାରନ୍ତି। ବନ୍ଧୁ-ବାନ୍ଧବମାନଙ୍କର ସହଯୋଗ ମିଳିବ।
ବୃଷ: ଦେବୀ ଦର୍ଶନ ଶୁଭଦାୟକ ହେବ। ଈଶ୍ବର ଭକ୍ତିରେ ଅନୁପ୍ରାଣିତ ହେବେ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ମନା। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତା ଜରୁରୀ।
ମିଥୁନ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ। ସେବା ମନୋଭାବର ହୋଇପାରନ୍ତି। ବନ୍ଧୁ ସହାୟତା ପାଇ ଖୁସି ହେବେ। ବ୍ୟବସାୟ ଲାଭଜନକ ହେବ। ଅବିବାହିତମାନଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବ। ସ୍ବର୍ଣ୍ଣାଦି ଲାଭ ହୋଇପାରେ।
କର୍କଟ: ଅତୀତକୁ ଭୁଲି ଭବିଷ୍ୟତକୁ ହାତ ବଢ଼ାନ୍ତୁ। ସ୍ବାଭିମାନୀ ହେବେ। ବ୍ୟବସାୟ ଲାଭଜନକ ହେବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ସର୍ବ ସୁଖ ମିଳିପାରେ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ।
ସିଂହ: ଯାହା କରିବେ ତୁରନ୍ତ କରନ୍ତୁ। ଘାତଚନ୍ଦ୍ର ଯୋଗୁଁ କ୍ଳେଶ ଭୋଗ କରିପାରନ୍ତି। ବିଶ୍ବାସୀ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର ସନ୍ତାନ ଲାଭ ହୋଇପାରେ। ଧନ-ଯାନବାହାନ ମିଳିବ। ବଚନାଦିରେ ପଟୁ ହେବେ।
କନ୍ୟା: ବୁଝି-ବିଚାରି କାର୍ଯ୍ୟ କଲେ ସଫଳତା ମିଳିବ। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ପାରିବାରିକ ସୁଖ ମିଳିବ। ମନ ପ୍ରସନ୍ନ ରହିବ। କାର୍ଯ୍ୟ ହାସଲ କରିପାରନ୍ତି। ପ୍ରଶଂସିତ ହେବେ। କୃଷିକ୍ଷେତ୍ରରୁ ଆୟ ଆସିବ। ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।
ତୁଳା: ଶତ୍ରୁ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ସକଳ ଗୁଣର ଆଧାର ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। କୃଷି କର୍ମରୁ ଲାଭବାନ୍‌ ହେବେ। ସୁଖୀ ଓ ବିଳାସୀ ହୋଇପାରନ୍ତି। ଶତ୍ରୁ ବିନାଶ କରି ଧନ ଭୋଗ କରିବେ।
ବିଛା: ଆଶା ଫଳବତୀ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମନ ପ୍ରଫୁଲ୍ଲ ରହିବ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। ସୁଖୀ ଓ କୀର୍ତ୍ତିମାନ୍‌ ହୋଇପାରନ୍ତି। ଧନଶାଳୀ ହେବେ।
ଧନୁ: ବିଭିନ୍ନ ଦିଗରୁ ସହଯୋଗର ହାତ ଲମ୍ବି ଆସିବ। ମଧ୍ୟମ ଧରଣର ଶୁଭଫଳ ମିଳିପାରେ। ଉତ୍ତମ ଭୋଜନ ମିଳିବ। ଧନବାନ୍‌ ହେବେ। ସୁଗୁଣ ସମ୍ପନ୍ନ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ନୂଆବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।
ମକର: ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ପଦ-ପଦବୀଧାରୀ ହୋଇପାରନ୍ତି। ନାନା ଚିନ୍ତା ସହିତ ମନରେ ଉଦ୍‌ବେଗ ଜାତ ହେବାର ସୂଚନା ମିଳୁଛି।
କୁମ୍ଭ: ଶୁଭଯୋଗ ବ୍ୟାପକ ଭାବରେ ରହିଛି। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। କୀର୍ତ୍ତିମାନ୍‌ ହେବେ ଓ ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ। ଘାତଚନ୍ଦ୍ର ହେତୁ ସାବଧାନ।
ମୀନ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଆଶାବାଦୀ ହେବେ। ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ। ସରକାରୀ ଧନ ମିଳିପାରେ। କୀର୍ତ୍ତି, ସନ୍ତୋଷ, ବହୁବିଧ ଧନ ମିଳିପାରେ। ଉତ୍ତମ ଗୁଣଯୁକ୍ତ ହେ​‌ବେ।