ଗୁରୁବାର ରାଶିଫଳ

ମେଷ: ସତ୍‌କର୍ମରେ ବ୍ୟୟ କରି ଆତ୍ମ ସନ୍ତୋଷ ଲାଭ କରିବେ। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ। କୋମଳ ଭାଷା ପ୍ରୟୋଗ କରି ଶ୍ରୋତାମାନଙ୍କ ମନକିଣିପାରନ୍ତି। ରାଜଯୋଗ ପ୍ରାପ୍ତିର ସୂଚନା ମିଳୁଛି।
ବୃଷ: ଦେବ ଦର୍ଶନ ଶୁଭପ୍ରଦ ହେବ। ଧନ ସହିତ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟ ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି।
ମିଥୁନ: ସୁଯୋଗର ସଦୁପଯୋଗ କରିପାରନ୍ତି। ପରିବାରର ମୁଖ୍ୟ ଭାବେ ବହୁ ସମ୍ମାନର ଅଧିକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସ୍ନେହ ରହିବ।
କର୍କଟ: ଉପୁଜିଥିବା ସମସ୍ୟାର ସମାଧାନ ହେବ। ଭ୍ରମଣ ସୁଖଦାୟକ ହେବ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ-ବିଳାସରେ ଅତିବାହିତ ହେବ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହେବେ।
ସିଂହ: ସାବଧାନ ନ ରହିଲେ ସୁଯୋଗ ଦୁର୍ଯୋଗରେ ପରିଗଣିତ ହୋଇପାରେ। ସାମୟିକ ଭାବେ ଭୟାତୁର ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଜଳଯାତ୍ରା ନ କରିବା ଭଲ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।
କନ୍ୟା: ଜଟିଳ ସମସ୍ୟାର ସମାଧାନ ହେବ। ହୀତକାର ମିତ୍ରମାନଙ୍କ ସାନ୍ନିଧ୍ୟ ମିଳିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ।
ତୁଳା: ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଈର୍ଷା ପରାୟଣ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିିବ। ସୁସ୍ଥ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ମାନସିକ ଶାନ୍ତି ଫେରି ପାଇ​‌େ​‌ବ। ଚାକିରିରେ ସୁନାମ ଅର୍ଜନ କରିବେ।
ବିଛା: କୌଣସି ପରିସ୍ଥିତିରେ ଧୈର୍ଯ୍ୟ ହରା ହେବେ ନାହିଁ। ମନରେ ଜାତ ଉଦ୍‍ବେଗକୁ ଚାପି ରଖିବାକୁ ପଡ଼ିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରିଫଳ ସପକ୍ଷରେ ଯିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ।
ଧନୁ: ସ୍ଥିର ସ୍ୱଭାବ ଯୋଗୁଁ କଳହରେ ଜଡ଼ିତ ନ ହୋଇ ପାରନ୍ତି। ଉଦାର ପ୍ରକୃତିର ହେବେ। ଦାନ-ଧର୍ମକୁ ଶ୍ରେଷ୍ଠ ଧର୍ମଭାବେ ବିବେଚିତ କରିବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱର ନିଦର୍ଶନ ହୋଇପାରନ୍ତି। କୃଷିକର୍ମକାରୀ ହୋଇପାରନ୍ତି।
ମକର: ଦେବୀ ଦର୍ଶନ କରି ସୁଖୀ ହେବେ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କ ଠାରୁ ଆଦର ମିଳିବ।
କୁମ୍ଭ: ଦେବୀ ଦର୍ଶନର ସୌଭାଗ୍ୟ ଅଛି। ଆଳସ୍ୟ ଅନୁଭବ କରିବେ। ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ପରିଦେଶବାସୀ, ମଧୁରଭାଷୀ ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବଦ୍ୟାପ୍ରେମୀ ହେବେ। ଧନାଗମ ହେବ।
ମୀନ: ଶୁକ୍ର ଗ୍ରହଙ୍କ ଆଶୀର୍ବାଦରୁ ସୌଭାଗ୍ୟ ବୃଦ୍ଧି ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସୈନିକମାନଙ୍କ ମନୋବଳ ବୃଦ୍ଧି ହେବ।

Comments are closed.