ମଙ୍ଗଳବାର ରାଶିଫଳ

ମେଷ: ଆୟ ଧୀରେ ଧୀରେ ବୃଦ୍ଧି ପାଇବ। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଶୁଭ ଖବର ପାଇ ଖୁସି ହେବେ। କାର୍ଯ୍ୟର ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ମଙ୍ଗଳ ଦାୟକ। ବିବାଦୀୟ ଘଟଣାରେ ବିଜୟୀ ହେବେ।
ବୃଷ: ଆର୍ଥିକ ଉନ୍ନତି ପାଇଁ ଚେଷ୍ଟା ଅବ୍ୟାହତ ରହିବ। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରିବା ସହିତ ତା’ର ସଦୁପଯୋଗ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ।
ମିଥୁନ: ମାନସିକ ଭାରସାମ୍ୟ ହରାଇ ପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଅର୍ଥାଭାବ ଦେଖାଦେବ। କେବଳ ଯୁଗ୍ମ ବ୍ୟବସାୟରୁ କିଛି ଅର୍ଥ ମିଳିପାରେ। ଦୁଶ୍ଚିନ୍ତା ମଧ୍ୟରେ ଗତି କରିବେ। ଅଷ୍ଟମ ଚନ୍ଦ୍ର୍ର ଯୋଗୁଁ ସତର୍କ ରହିବେ।
କର୍କଟ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସୁଖଭୋଗ ଉପଭୋଗ କରିପାରନ୍ତି।
ସିଂହ: ଆଘାତପ୍ରାପ୍ତ ହୋଇ ମଧ୍ୟ ଶତ୍ରୁକୁ ପରାଜିତ କରିବେ। ମାନସିକ ଶାନ୍ତି ଫେରିପାଇବେ। ଶୁୁଭ ଖବର ପାଇ ଉତ୍‍ଫୁଲ୍ଲିତ ହେବେ। ଶୁଭ କାର୍ଯ୍ୟ ପାଇଁ ତତ୍ପର ହୋଇପାରନ୍ତି। ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରିପାରନ୍ତି।
କନ୍ୟା: କାର୍ଯ୍ୟ ପ୍ରମାଦହୀନ ହେବ। ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଶୁଭଖବର ପାଇ ପାରନ୍ତି। ଦିନଟି ମଧ୍ୟମ ଧରଣର। ଭଲ, ମନ୍ଦ ମିଶ୍ରିତ ଫଳ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ତୁଳା: ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ସାହାଯ୍ୟ ମିଳିବ। ସୁ ସମ୍ବାଦ ପାଇ ଖୁସି ହେବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ଗୃହ ପରିବେଶ ବାସ ଉପଯୋଗୀ ହେବ।
ବିଛା: ଧର୍ମ ଭାବନା ଶାନ୍ତିଦାୟକ ହେବ। ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତିର ଉପଶମ ହେବ। ସରକାରୀ ସ୍ତରରୁ ଲାଭପ୍ରାପ୍ତ ହେବେ। ବିବାଦରେ ବିଜୟୀ ହେବେ।
ଧନୁ: ଚିନ୍ତାରୁ ମୁକ୍ତି ମିଳିବ। ସାମୟିକ ଭାବେ ଆଳସ୍ୟ ଅନୁଭବ କରିପାରନ୍ତି। ଭାଗ୍ୟର ପରିବର୍ତ୍ତର୍ନ ଘଟିପାରେ। ବିଭିନ୍ନ ଦିଗରୁ ଧନାଗମ ହେବ। ଚଞ୍ଚଳମନା ହୋଇପାରନ୍ତି। ନୀତିନିଷ୍ଠ ହେବେ। ଜନସାଧାରଣଙ୍କ ପ୍ରିୟପାତ୍ର ହେବ।
ମକର: ଆୟର ମାତ୍ରା ସାମାନ୍ୟ ହେବାର ସୂଚନା ମିଳୁଛି। ଆଶାବାଦୀ ହୋଇପାରନ୍ତି। ସରକାରୀ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍‍ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହୋଇ ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ: ନୂତନ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ବନ୍ଧୁ ଓ ଅତିଥି ଚର୍ଚ୍ଚାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଭାଷାର ଲାଳିତ୍ୟ ପରକୁ ଆପଣାର କରିପାରେ।
ମୀନ: କାର୍ଯ୍ୟ ଉତ୍ସାହଜନକ ହେବ। ସୁସମ୍ବାଦ ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ଦିନଟି ଭିତରେ ଭଲମନ୍ଦ ମିଶ୍ରିତ ଫଳ ମିଳିବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି।

Comments are closed.