ଗୁରୁବାର ରାଶିଫଳ (୧୦-୧୨-୨୦୨୦)

ମେଷ: କାର୍ଯ୍ୟକୁ ସରଳୀକରଣ କରିବାରେ ପାରଦର୍ଶୀ ହେବେ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ସିଦ୍ଧି ଲାଭର ସୂଚନା ମିଳୁଛି। ଦେବ ଦର୍ଶନର ସୁଯୋଗ ଅଛି। ନୀତି ନିୟମକୁ ପାଥେୟ କରି କର୍ମ ପ୍ରବଣ ହେବେ।

ବୃଷ: ମନସ୍କାମନା ପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ପ୍ରଭୁତ୍ୱ ବିସ୍ତାର କରିପାରନ୍ତି। ସଙ୍ଗୀତ ପ୍ରିୟ ହେବେ। ସୁଶୀଳ ଓ ଧର୍ମ ପ୍ରବର ହେବେ। ସାଧନାରେ ସିଦ୍ଧି ଲାଭ କରିବେ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। ବାସସ୍ଥାନ ରାଜପ୍ରସାଦ ସଦୃଶ ହେବ।

ମିଥୁନ: ମାନ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ। ବିଶାଳ ଯଶ ଅର୍ଜନ କରିପାରନ୍ତି। ନିର୍ଭୀକ ଭାବେ କାର୍ଯ୍ୟ କରିବେ।

କର୍କଟ: ସମ୍ମାନିତ ହେବେ। ସକଳ ଗୁଣର ଆଧାର ହୋଇପାରନ୍ତି। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ବିଭିନ୍ନ ଦିଗରୁ ଧନପ୍ରାପ୍ତ ହେବାର ସୂଚନା ମିଳୁଛି। ଚିନ୍ତାଧାରା ଉନ୍ନତମାନର ହେବ। ଚତୁସ୍ପଦ ଲାଭ ହେବ। ସୁଖ ମିଳିବ।

ସିଂହ: ବିବାଦୀୟ ଘଟଣାରେ ବିଜୟୀ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ମାତ୍ର ବିଳମ୍ବିତ ହୋଇପରେ। ବିଭିନ୍ନ ଦିଗରୁ ଧନାଗମ ହେବ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। କର୍ମଚଞ୍ଚଳ ରହିବେ। ଅତି ସୁଖୀ, ସହିଷ୍ଣୁ ଓ କୀର୍ତ୍ତିମାନ୍‍ ହୋଇପାରନ୍ତି।

କନ୍ୟା: କର୍ମ ତତ୍ପର ହେବେ। ପରୋପକାରୀ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ। ଧନବାନ୍‍ ହେବେ। ଗୁଣ ସାଗର ହୋଇପାରନ୍ତି। ଚିତ୍ତ ସନ୍ତୁଷ୍ଟ ହେବେ। ନିରାମୟ ଜୀବନ ଯାପନ କରିବେ। ସରକାରୀ ମାନ୍ୟତା ପ୍ରାପ୍ତ ହେବେ।

ତୁଳା: ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ମନରେ ପ୍ରସନ୍ନତା ଦେଖା ଦେବ। କର୍ମଚଞ୍ଚଳ ରହିବେ। ବ୍ୟୟାଧିକର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ଖର୍ଚ୍ଚାନ୍ତ ହେବେ। ମଧୁରଭାଷାରେ ପରକୁ ନିଜର କରିବେ।

ବିଛା: କାର୍ଯ୍ୟର ଅଗ୍ରଗତି ଘଟିବ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ମାନ ସମ୍ମାନର ଅଧିକାରୀ ହେବେ। ଶୁଭକାର୍ଯ୍ୟ କରିପାରନ୍ତି। ବସ୍ତ୍ର ଭୂଷଣ ପ୍ରାପ୍ତ ହେବେ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ। ଗୁରୁକୃପା ଲାଭ କରିପାରନ୍ତି। ଭଲ ଆୟ ହେବ।

ଧନୁ: ସୁଯୋଗର ଉପଯୋଗ କରି ପାରନ୍ତି। ସୁଖ ସମ୍ମାନ ଲାଭ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ କୃପା ଲାଭ କରିବେ। ନୀତିନିଷ୍ଠ ହେବେ। ବ୍ୟବସାୟ ଲାଭଜନକ ହେବ। ମାନ୍ୟତାପ୍ରାପ୍ତ ହେବେ। ସର୍ବତ୍ର ଶୁଭ ଆଶା କରାଯାଏ।

ମକର: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସହଯୋଗ ମିଳିବ। ସୁପରାମର୍ଶ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ସୁଖ ସମୃଦ୍ଧିର ମୂଳଦୁଆ ପଡ଼ିବ। ପ୍ରତିଯୋଗିତାରେ ବିଜୟୀ ହେବେ।

କୁମ୍ଭ: ଖର୍ଚ୍ଚାନ୍ତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଦେଖା ଦେଇପାରେ। ଦେବ, ଗୁରୁ ଦ୍ୱିଜଭକ୍ତ ହୋଇପାରନ୍ତି। ଶୁଚି, ସୁଖୀ ଓ ନିଜ ବଳାର୍ଜିତ ଧନ ଭୋଗ କରିବେ। ପୁଣ୍ୟବାନ୍‍ ହେବେ। ସନ୍‍ମାର୍ଗୀ ହୋଇପାରନ୍ତି।

ମୀନ: ଆନନ୍ଦ ଉତ୍ସବରେ ସାମିଲ ହୋଇପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ଯଶସ୍ୱୀ ହେବେ। ବାଣିଜ୍ୟ କାରବାର ଉତ୍ସାହଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ରହିବେ।

Comments are closed.