ଗୁରୁବାର ରାଶିଫଳ

ମେଷ: ଦୂରଯାତ୍ରାର ସୁଯୋଗ ମିଳିବ। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ହେବା ଆଶାକରାଯାଏ। ହାସ୍ୟମୁଖ ରହିବେ। ଯୁବତୀ ପ୍ରିୟ ହୋଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। ଖର୍ଚ୍ଚାନ୍ତ ହେବେ।

ବୃଷ: ଭ୍ରାତୃ ବିବାଦର ଅବସାନ ଘଟିବ। କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶୁଭ ଖବର ମିଳିବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ରାଜଧନ ମିଳିବ। ସରକାରୀ ମାନ୍ୟତା ମିଳିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ।

ମିଥୁନ: ସୁଖ-ସମ୍ମାନ ଲାଭ କରିପାରନ୍ତି। ଜନ-ସମର୍ଥନ ପାଇ ଖୁସି ହେବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସରକାରୀସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୀର୍ତ୍ତିମାନ ହେବେ। ସତ୍‍କର୍ମରେ ନିୟୋଜିତ ହେବେ। ଧାର୍ମିକ ହେବେ।

କର୍କଟ: ଷଢ଼ଯନ୍ତ୍ରରୁ ଅଳ୍ପକେ ଉଧୁରି ଯିବେ। ଜନ ସଂପର୍କ ଅତୁଟ ରହିବ। ମଧ୍ୟମ ଧରଣର ଶୁଭଫଳ ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ରତିଯୋଗିତାରେ ବିଜୟୀ ହେବେ। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବା ଆଶାକରାଯାଏ।

ସିଂହ: ଆଳସ୍ୟ ଅନୁଭବ କରିପାରନ୍ତି। ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ସ୍ୱାଭିମାନୀ ହେବେ। ଅଯଥା ସମସ୍ୟା ସୃଷ୍ଟି ହୋଇପାରେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଖୁବ ସତର୍କତାର ସହ ଚଳିବାକୁ ପଡ଼ିବ।

କନ୍ୟା: ଦୂରବନ୍ଧୁଙ୍କ ଦ୍ୱାରା ସାହାଯ୍ୟ ପ୍ରାପ୍ତ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ସତ୍‍ସଙ୍ଗୀ ହେବେ। ସତ୍ୟଧର୍ମ ପାଳନ କରିବେ। ଜ୍ଞାନ-ଗରିମାଯୁକ୍ତ ହେବେ। ବହୁମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ ଚଳିବେ।

ତୁଳା: ଅନ୍ୟର ପ୍ରରୋଚନାରେ ପଡ଼ିପାରନ୍ତି। ଆତ୍ମଗର୍ବ ଦେଖାଇପାରନ୍ତି। ପାରିବାରିକ ସୁଖ ମିିଳିବ। ହର୍ଷ ମୁଖ ହେବେ। ବିଶୁଦ୍ଧଭାଷୀ ହୋଇପାରନ୍ତି। ଧନଶାଳୀ ହେବେ। ପୁତ୍ର ସନ୍ତାନ ଲାଭ ହୋଇପାରେ। ରାଜପୂଜା ଓ ଯାନବାହନଯୁକ୍ତ ହେବେ।

ବିଛା: ଧୈର୍ଯ୍ୟର ସହ କାର୍ଯ୍ୟ କରି ପୁରସ୍କୃତ ହେବେ। ମନରେ ଉଦ୍‍ବେଗ ଜାତ ହୋଇପାରେ। ଶାସ୍ତ୍ରଜ୍ଞ ହୋଇପାରନ୍ତି। ପୁଣ୍ୟ ଦେହୀ, ସୁବର୍ଣ୍ଣାଦି ଯୁକ୍ତ ହେବେ। ସୁନ୍ଦର ଓ ରାଜବଂଶ ପୂଜିତ ହୋଇପାରନ୍ତି। ପୁତ ବା ପୁତ୍ରବତ୍‍ ଧନଲାଭ କରିବେ।

ଧନୁ: ଆଜିର କାର୍ଯ୍ୟକୁ କାଲି କରିବାକୁ ମନସ୍ଥ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସାମୟିକ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। କୃଷି କାର୍ଯ୍ୟ ଉପରେ ଧ୍ୟାନ ଦେବେ। ଦାନ-ଧର୍ମକୁ ଶ୍ରେୟମନେ କରିବେ। ଶାନ୍ତ ଓ ଭଦ୍ର ହେବେ।

ମକର: ହଜିଥିବା ଦ୍ରବ୍ୟ ଖୋଜିଲେ ପାଇବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ବହୁ ଶୁଭଫଳ ଆଶାକରାଯାଏ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ପ୍ରତିଯୋଗିତା ଆପଣଙ୍କ ସପକ୍ଷରେ ଯିବ। ଧର୍ମ-ସଙ୍କଟ ପାର ହେବ।

କୁମ୍ଭ: ପରିଶ୍ରମ କରି କାର୍ଯ୍ୟକୁ ଆଗେଇ ନେବେ। ଯଶସ୍ୱୀ ହେବେ। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିବେ। ନୀତିଜ୍ଞ ହୋଇପାରନ୍ତି।ା ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହୋଇ ପାରନ୍ତି। ହୃଷ୍ଟଚିତ୍ତ, ଅତି ସୁଖୀ, କୀର୍ତ୍ତିଶାଳୀ, ସହିଷ୍ଣୁ ହୋଇପାରନ୍ତି।

ମୀନ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ରୋଜଗାର ଯଥେଷ୍ଟ ପରିମାଣର ହେହବ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ଓ ବନ୍ଧୁ ସହୟତାରୁ ଲାଭବାନ୍‍ ହେବେ। ସ୍ୱାସ୍ଥ୍ୟ ଅତୁଟ ରହିବ।

Comments are closed.