ଗୁରୁବାର ରାଶିଫଳ ( ୧୨-୦୩-୨୦୨୦)

ମେଷ: ମିତ୍ର ଲାଭର ସୂଚନା ମିଳୁଛି। ନିର୍ଭୀକ ଭାବେ କାର୍ଯ୍ୟ କରି ଚାଲିବେ। ମନୋବାଞ୍ଛା ପୂରଣ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ଘରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଉନ୍ନତିକର କାର୍ଯ୍ୟରେ ନିୟୋଜିତ କରିପାରନ୍ତି। ସୁଖୀ ହେବେ।
ବୃଷ: ଶତ୍ରୁଦମନରେ ସଫଳ ହେବେ। ସର୍ବସୁଖ ମିଳିପାରେ। ନୀତିବାଦୀ ଓ ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବର ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖୀ ହେବେ। ମନ୍ତ୍ରଣାଦାତା ହେବେ।
ମିଥୁନ: ବୁଝି-ବିଚାରି କାର୍ଯ୍ୟ କରିବାକୁ ପଡ଼ିବ। ପରଚର୍ଚ୍ଚାରୁ ବିରତ ହେବା ଉଚିତ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ନୃତ୍ୟ-ସଙ୍ଗୀତ ପ୍ରିୟ ହୋଇପାରନ୍ତି। ସତ୍ୟାନୁରାଗୀ ହେବେ।
କର୍କଟ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରି ଆତ୍ମତୃପ୍ତି ଲାଭ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶାନ୍ତି-ସନ୍ତୋଷ ଲାଭ କରିପାରନ୍ତି। ବିଶେଷ ଲାଭବାନ୍‌ ହେବେ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ଠିକ୍‌ ରହିବ।
ସିଂହ: ଆର୍ଥିକ ସମସ୍ୟା ଯୋଗୁଁ ଅର୍ନ୍ତଦ୍ବନ୍ଦ୍ବ ଉପୁଜି ପାରେ। ଉଚ୍ଚ ଆଶା ଫଳବତୀ ହେବ। ସୁଖ-ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସକଳଗୁଣର ଆଧାର ହୋଇପାରନ୍ତି। କାବ୍ୟ ଶାସ୍ତ୍ରାନୁରକ୍ତ ଓ ସୁଖୀ ହେବେ।
କନ୍ୟା: ଦିନଟି ଆନନ୍ଦଦାୟକ ହେବ। ଆଦର ମିଳିବ। ସମ୍ମାନିତ ଓ ତ୍ୟାଗଶୀଳ ହେବେ। ନୀତିଜ୍ଞ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହୋଇ ପ୍ରତ୍ୟେକ କାର୍ଯ୍ୟ ଶ୍ରୀଘ୍ର ଶେଷ କରିବେ। ସୁଖୀ ଓ କୀର୍ତ୍ତିମାନ୍‌ ହେବେ। ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ।
ତୁଳା: ସାହାଯ୍ୟ ପାଇବା ସହିତ ସମ୍ମାନିତ ହେବେ। ଅଧିକ ରୋଜଗାରକ୍ଷମ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ। ସ୍ବାସ୍ଥ୍ୟ ଅତୁଟ ରହିବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ମହତ ହେବ।
ବିଛା: ଖର୍ଚ୍ଚାନ୍ତ ଯୋଗ ଅଛି। ବହୁପୋଷକ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ରାଜପୂଜିତ ଓ ପରାକ୍ରମଶାଳୀ ହେବେ। ବିବାଦୀୟ ବିତର୍କ ଶୁଣିବେ; ମାତ୍ର ଭାଗ ନେବେ ନାହିଁ। ସକଳଗୁଣଯୁକ୍ତ ଓ ସୁଖୀ ହେବେ।
ଧନୁ: ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଆୟ ପରିମାଣ ବୃଦ୍ଧି ପାଇବ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ଚିନ୍ତାଧାରା ବିକାଶୋନ୍ନୁଖୀ ହେବ। ସନ୍ମାର୍ଗୀ ହେବେ। ସରକାରୀ କୃପା ଲାଭ କରିବେ।
ମକର: ଶ୍ରମ ସାର୍ଥକ ହେବ। ଆନନ୍ଦ, ଉତ୍ସବ ଲାଗି ରହିବ। ଧୈର୍ଯ୍ୟବାନ୍‍ ହେବେ। ମନ ପ୍ରସନ୍ନ ରହିବ। ସୁଖ-ଶାନ୍ତି ପାଇଁ ପୂଜାର୍ଚ୍ଚନା କରିପାରନ୍ତି। ସରକାରୀ ଅର୍ଥ ମିଳିପାରେ। କୀର୍ତ୍ତି, ସନ୍ତୋଷ ଓ ବହୁବିଧ ଧନ ମିଳିବ।
କୁମ୍ଭ: ମିଳିଥିବା ସୁଯୋଗକୁ ହାତ ଛଡ଼ା କରିବେ ନାହିଁ। ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭାଗ୍ୟୋନ୍ନତି ଘଟିବ।
ମୀନ: ସୁଯୋଗକୁ କରାୟତ୍ତ କରିବାକୁ ପଡ଼ିବ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସାମାନ୍ୟ ଶାରୀରିକ କ୍ଲେଶ ଭୋଗ କରିପାରନ୍ତି। ସ୍ୱାଭିମାନୀ ହେବେ। ଉଚ୍ଚସ୍ଥାନ ଆରୋହଣ ଓ ଯାନବାହନରେ ସତର୍କ ରହିବେ।

Comments are closed.