ଗୁରୁବାର ରାଶିଫଳ ୧୭.୦୬.୨୦୨୧

ମେଷ: ଶୁଭ ଖବର ପାଇ ଖୁସି ହେବେ। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବୃତ୍ତିରେ ନିଜ ସାମର୍ଥ୍ୟର ପରି ପ୍ରକାଶ ଘଟାଇ ପାରନ୍ତି। ଚତୁର ଓ ଧନଯୁକ୍ତ ହେବେ।
ବୃଷ: ଶ୍ରମ ସାର୍ଥକ ହେବ। ଭ୍ରାତୃଭାବ ଅତୁଟ ରହିବ। ନାନା ସୁଖର ଅଧିକାରୀ ହୋଇପାରନ୍ତି। ଶୌର୍ଯ୍ୟରୁ ଓ ସରକାରୀ ସେବା କାର୍ଯ୍ୟରୁ ସୁଖ ଭୋଗ କରିବେ। ବ୍ରାହ୍ମଣ କର୍ମାଦି ସୁଖଦାୟକ ହେବ। ଯାନବାହନ ସୁଖ ମିଳିବ।
ମିଥୁନ: ସମ୍ମାନିତ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଭଗବତ୍‌ ପ୍ରେମୀ ହେବେ। ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିବେ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।
କର୍କଟ: ପୁଣ୍ୟବାନ୍‌ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବ। ପ୍ରଭାବଶାଳୀ ହୋଇ ପାରନ୍ତି। ବହୁ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଉପକୃତ ହେବେ। ମତିମାନ୍‌ ହୋଇପାରନ୍ତି। ଚଞ୍ଚଳମନା ହେବେ। ସହିଷ୍ଣୁ ଓ କୀର୍ତ୍ତିମାନ୍‌ ହେବେ।
ସିଂହ: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ନୂଆ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ଚିନ୍ତାଧାରା ମହତ ହେବ।
କନ୍ୟା: ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‌ ରହିପାରନ୍ତି। ମାଙ୍ଗଳିକ କାର୍ଯ୍ୟରେ ଧନବ୍ୟୟ କରିବେ। ସାଧୁସେବାରେ ନିୟୋଜିତ ହୋଇପାରନ୍ତି। ପତ୍ନୀଙ୍କ ସ୍ବାସ୍ଥ୍ୟ ପାଇଁ ଯତ୍ନବାନ୍‌ ହେବାକୁ ପଡ଼ିବ। ମଧୁର ଭାଷାରେ ପରକୁ ଆପଣାର କରିବେ।
ତୁଳା: ମନ ପ୍ରସନ୍ନ ରହିବ। ରୋଜଗାରର ମାର୍ଗ ଉନ୍ମୁକ୍ତ ରହିବ। ସୁସମ୍ବାଦ ପାଇ ଖୁସି ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରି ପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି।
ବିଛା: ସୁଖ ସନ୍ତୋଷ ଲାଭ କରିପାରନ୍ତି। ଶୁଭ ସମାଚାର ଶୁଣି ପ୍ରଫୁଲ୍ଲିତ ହେବେ। କର୍ମ କ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ପ୍ରତିଯୋଗିତାରେ ବିଜୟୀ ହେବେ।
ଧନୁ: କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତାର ଅଧିକାରୀ ହେବେ ଓ ତା’ର ସଦ୍‌ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭ୍ରମଣ ଯୋଗ ଅଛି।
ମକର: ଅର୍ଥାଭାବ ଦେଖାଦେଇ ପାରେ। ଶୁଭକାର୍ଯ୍ୟରୁ ବିରତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଜଳଯାତ୍ରା ନ କରିବା ବୁଦ୍ଧିମାନର କାର୍ଯ୍ୟ ହେବ। ହର୍ଷଯୁକ୍ତ ଓ ବିଶୁଦ୍ଧ ଭାଷୀ ହେବେ। ମନ ପ୍ରଫୁଲ୍ଲ ରହିବ।
କୁମ୍ଭ: ଆମୋଦ ପ୍ରମୋଦରେ ରହିପାରନ୍ତି। ବହୁ ସୁଖକର ଘଟଣା ଘଟିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦିନଟି ଆନନ୍ଦଦାୟକ ହେବ।
ମୀନ: ଦୁଃସାହସିକ ପଦକ୍ଷେପ ନେଇ ଶତ୍ରୁ ଉପରେ ବିଜୟ ହାସଲ କରିବେ। ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ଶୁଣିପାରନ୍ତି। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।

Comments are closed.