ଗୁରୁବାର ରାଶିଫଳ ୧୦.୦୬.୨୦୨୧

ମେଷ: ଦ୍ବିଜା ନକ୍ଷତ୍ର ଜାତ ବ୍ୟକ୍ତି ନବବସ୍ତ୍ର ପରିଧାନ କରିପାରନ୍ତି। ରତ୍ନ ଭଣ୍ଡାରର ମାଲିକ ହେବାର ସୂଚନା ମିଳୁଛି। ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ହେବେ। ଅଶ୍ବିନୀ ଓ କୃତ୍ତିକା ନକ୍ଷତ୍ର ବ୍ୟକ୍ତିଙ୍କର ମନରେ ଉଦ୍‌ବେଗ ଜାତ ହେବ।
ବୃଷ: ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ପ୍ରୀତିଭୋଜନ ମିଳିପାରେ। ନୀତିନିଷ୍ଠ ଓ ବିନୀତ ସ୍ବଭାବ ସମ୍ପନ୍ନ ହେବେ। ଧନଯୁକ୍ତ ହୋଇପାରନ୍ତି। ଚତୁର ଓ ଯୁଦ୍ଧପ୍ରିୟ ହେବେ। କୃର୍ତ୍ତିକା ଓ ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ ମିଳିବ।
ମିଥୁନ: ଆଦ୍ରା ଓ ପୁର୍ନବସୁ ନକ୍ଷତ୍ର ଜାତ ବ୍ୟକ୍ତି ଉତ୍ତମ ଗୁଣର ଆଧାର ହେବେ। ଉପଯୁକ୍ତ ପରାମର୍ଶଦାତା ହୋଇପାରନ୍ତି। ବ୍ରତକର୍ତ୍ତା ହେବେ। ଦେବ-ଦ୍ବିଜ ପରାୟଣ ହେବେ। ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ପୁଣ୍ୟକ୍ଷୟ ହୋଇପାରେ।
କର୍କଟ: ଅଶ୍ଲେଷା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ବହୁ ଶୁଭଫଳ ଆଶା କରାଯାଏ। ସରକାରୀ ସ୍ତରରୁ ଚୋର ପ୍ରଭୃତି ନୀଚ ଲୋକଙ୍କଠାରୁ ଧନପ୍ରାପ୍ତ ହେବେ। ସଦାସର୍ବଦା ସମୃଦ୍ଧ ରହିବେ। ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ ମିଳିପାରେ।
ସିଂହ: ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି କାର୍ଯ୍ୟରେ ସଫଳତା ଲାଭ କରିବେ। ବୁଦ୍ଧିମାନ୍‌ ହେବେ। ପିତୃଧନ ଭୋଗକରି ପାରନ୍ତି। ପୁଣ୍ୟବାନ୍‌ ହେବେ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ମଘା ଓ ଉତ୍ତରା ଫାଲ୍‌ଗୁନୀଙ୍କର ସାମାନ୍ୟ ଶୁଭ ମିଳିପାରେ।
କନ୍ୟା: ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିବେ। ବିଜୟୀ ସ୍ବଭାବ ସମ୍ପନ୍ନ ହେବେ। ମହାନ୍‌ ବ୍ୟକ୍ତିତ୍ବର ପରିଚାୟକ ହେବେ। ସତ୍ୟାନୁରାଗୀ ଓ ପୁଣ୍ୟ ଅର୍ଜନ କରିବେ। ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ରଙ୍କର ସାମାନ୍ୟ ଶୁଭ ମିଳିପାରେ।
ତୁଳା: ସ୍ବାତୀ ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତି ଧର୍ମକାରୀ ହେବେ। ଦେବ-ବ୍ରାହ୍ମଣ ସେବା ଯୁକ୍ତ ହୋଇପାରନ୍ତି। ଜନାନୁରାଗୀ ହେବେ। ଅଦ୍ଭୁତକର୍ମା ହୋଇପାରନ୍ତି; ମାତ୍ର ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଅସୁସ୍ଥତା ଅନୁଭବ କରିପାରନ୍ତି।
ବିଛା: ଜ୍ୟେଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ଉତ୍ତମ ମିତ୍ରଙ୍କଠାରୁ ସହାୟତା ମିଳିବ। ଶାନ୍ତଶିଷ୍ଟ ଓ ସୁଗୁଣ ସମ୍ପନ୍ନ ହେବେ। ରୂପବତୀ ପତ୍ନୀ ମିଳିପାରେ। ଆଚରଣ ଓ ବ୍ୟବହାର ଉତ୍ତମ ହେବ। ଅନୁରାଧ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ।
ଧନୁ: ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ନିଜର ସମ୍ପାଦିତ କାର୍ଯ୍ୟ ପାଇଁ ଗର୍ବିତ ହୋଇ ପାରନ୍ତି। ଅଜାତ ଶତ୍ରୁ ହେବାର ସୂଚନା ମିଳୁଛି। ବିଦ୍ୟାବାନ୍‌ ହେବେ। ଯଶ୍ବସୀ ହୋଇପାରନ୍ତି। ବିଳାସୀ ହୋଇପାରନ୍ତି। ମୂଳା ଓ ଉତ୍ତରାଷଢ଼ାରେ ସାମାନ୍ୟ ଶୁଭଫଳ।
ମକର: ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତି ବହୁ ଉପାୟ ଅବଲମ୍ବନ କରି ଏପରିକି ସରକାରଙ୍କୁ ମନାଇ ଧନଲାଭ କରିପାରନ୍ତି। କୃଷିକ୍ରିୟାରୁ ମଧ୍ୟ ଧନଧାନ୍ୟ ପ୍ରାପ୍ତ ହୋଇ ପାରନ୍ତି। ହର୍ଷ ଯୁକ୍ତ ଓ ଧନଶାଳୀ ହେବେ। ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ମନ ବିଷର୍ଣ୍ଣ ରହିବ।
କୁମ୍ଭ: ଶତଭିଷା ନକ୍ଷତ୍ର ଜାତ ବ୍ୟକ୍ତି ଓ ପୂର୍ବଭାଦ୍ର ନକ୍ଷତ ଜାତ ବ୍ୟକ୍ତି ନିଜ ବଳାର୍ଜିତ ଧନରେ ଧନୀ ହେବେ। ନାନା ସୁଖର ଅଧିକାରୀ ହେବେ। ଚତୁଷ୍ପଦ ପ୍ରାଣୀ ପାଳନରେ ସୁଖୀ ହେବେ। ଧନିଷ୍ଠା ନକ୍ଷତ୍ରର ସେତେଟା ସୁଖ ଭୋଗ କଷ୍ଟପ୍ରଦ।
ମୀନ: ରେବତୀ ଓ ପୂର୍ବଭାଦ୍ର ନକ୍ଷତ୍ର ଜାତ ବ୍ୟକ୍ତି ପ୍ରିୟଭାଷୀ ହେବେ। ଧନ ଓ ଯାନବାହନ ଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ। ଶାରୀରିକ ଶକ୍ତି ସମ୍ପନ୍ନ ହୋଇପାରନ୍ତି। ଉତ୍ତର ଭାଦ୍ର ପଦର ସାମାନ୍ୟ ଶୁଭଫଳ।

Comments are closed.