ଗୁରୁବାର ରାଶିଫଳ ୦୩.୦୬.୨୦୨୧

ମେଷ: ସୁଖ ସନ୍ତୋଷ ଲାଭ କରିବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। କୀର୍ତ୍ତିମାନ୍‌ ହେବେ। ଭୋଗୀ ଓ ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ। ସରକାରୀ ଅର୍ଥ ମିଳିବ।
ବୃଷ: ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବିଭାଗୀୟ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ବାସୋପଯୋଗୀ ହେବ। କୀର୍ତ୍ତିମାନ୍‌ ହୋଇପାରନ୍ତି। ବହୁବିଧ ଧନର ଅଧିକାରୀ ହେବେ। ଗୁଣବାନ୍‌ ହେବେ।
ମିଥୁନ: ସେବାକାର୍ଯ୍ୟରେ ନିୟୋଜିତ ହେବେ। ଧନବାନ୍‌ ହେବେ। ମହିଳା ଗୋଷ୍ଠୀର ଆସ୍ଥାଭାଜନ ହେବେ। ନୃତ୍ୟ-ସଂଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶ୍ବସୀ ହେବେ। ରାଜକୋଷ ଅର୍ଥ ମିଳିପାରେ।
କର୍କଟ: ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ସଦାସର୍ବଦା ସତ୍ୟମାର୍ଗରେ ପରିଚାଳିତ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିପାରେ। ଧନଲୋଭକାରୀ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ସିଂହ: ଉତ୍ତମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ। ସ୍ବର୍ଣ୍ଣାଦି ଲାଭ ସୂଚନା ମିଳୁଛି। ସ୍ତ୍ରୀ ଧନ ହେତୁ ସୁଖୀ ହୋଇ ପାରନ୍ତି। ମନ୍ତ୍ରଣାଦାତା ହେବେ। କାବ୍ୟକର୍ତ୍ତା ହୋଇ ପାରନ୍ତି। ଶାସ୍ତ୍ରାଭ୍ୟାସୀ ଓ ବିନୀତ ସ୍ବଭାବର ହେବେ।
କନ୍ୟା: ସମ୍ମିଳିତ ହେବେ। ଶତ୍ରୁ ଦମନ କରି ପାରନ୍ତି। ଧନଭୋଗର ସୂଚନା ମିଳୁଛି। ଐଶ୍ବର୍ଯ୍ୟା ପ୍ରାପ୍ତ ହେବେ। ତେଜୀୟାନ୍‌ ହୋଇ ପାରନ୍ତି। ବାହୁରେ ପୀଡ଼ା ଉପୁଜି ପାରେ। ଗୋ-ଦାନ କରିପାରନ୍ତି। ଦିନଟି ଶୁଭଙ୍କର।
ତୁଳା: କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ। ରାଜପୂଜିତ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। ଗ୍ରାମାଧୀଶ ହୋଇପାରନ୍ତି। ପରାକ୍ରମଶାଳୀ ହେବେ। ବହୁଜନଙ୍କ ପୋଷକ ହେବା ଆଶା କରାଯାଏ।
ବିଛା: ବିବାଦୀୟ ଘଟଣାରେ ବିଜୟୀ ହେବେ। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶ ଉତ୍ତମ ମାନର ହେବ। ମନ ପ୍ରସନ୍ନ ରହିବ। ଶ୍ରେଷ୍ଠ ସମ୍ମାନ ଯୁକ୍ତ ହେବେ। ଶଙ୍କାହୀନ ହେବେ। ଦେବ, ଗୁରୁ ଭକ୍ତ ହେବେ।
ଧନୁ: ଶ୍ରମର ମୂଲ୍ୟାଙ୍କନ ହେବ। ସକଳ ଗୁଣଯୁକ୍ତ ହେବେ। ସୁଖୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ।
ମକର: ତ୍ୟାଗଶୀଳ ହୋଇପାରନ୍ତି। ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। ହୃଷ୍ଟ ଚିତ୍ତ ଓ ଅତି ସୁଖୀ ହେବେ। ଅସମାହିତ ସମସ୍ୟାର ସମ୍ମୁଖୀନ ହେବେ। ପରଚର୍ଚ୍ଚାରେ ମଗ୍ନ ରହିବେ।
କୁମ୍ଭ: ଶ୍ରୀଚନ୍ଦ୍ର ଭୋଗ ହେତୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଧନବାନ୍‌ ହୋଇପାରନ୍ତି। ଆପଣାର ଗୁଣ ଅଧିକାରୀ ହେବେ। ବେଦ ପଥାବଲମ୍ବୀ ହେବେ। ଉପାର୍ଜନକାରୀ ହୋଇପାରନ୍ତି। ଚିନ୍ତାଧାରା ଉତ୍ତମମାନର ହେବ।
ମୀନ: କାର୍ଯ୍ୟରେ ବିଘ୍ନ ଉପୁଜିପାରେ। ବହୁ ବାୟୁର ସମ୍ମୁଖୀନ ହେଉଥିବାବେଳେ ପ୍ରଭୂତ ବିତ୍ତର ଅଧିକାରୀ ହେବେ। ଯାତ୍ରା ମାର୍ଗ ସୁଗମ ହେବ। ଅଯଥା ବିତର୍କରୁ ଓହରି ଯାଇପାରନ୍ତି। ମଧୁର କଥା କହି ପରକୁ ଆପଣାର କରିପାରନ୍ତି।

Comments are closed.