ଗୁରୁବାର ରାଶିଫଳ (୦୨/୧୨/୨୦୨୧)

ମେଷ : ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। କର୍ମରେ ସଫଳତା ମିଳିବ। ପତ୍ନୀ ଚଞ୍ଚଳା ଓ ଧନପ୍ରିୟ ହୋଇପାରନ୍ତି। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଭୋଜନ ତୃପ୍ତିଦାୟକ ହେବ।
ବୃଷ : ବନ୍ଧୁ ମିଳନରେ ଉପକୃତ ହେବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତି ହେବେ।
ମିଥୁନ : ରଚନାତ୍ମକ ମନୋଭାବକୁ ସ୍ବୀକାର କରିବା ପାଇଁ ଅଧ୍ୟୟନରତ ହେବେ। ସନ୍ତାନମାନେ ସୁଶିକ୍ଷିତ, ସ୍ବଧର୍ମାନୁରକ୍ତ, ସତ୍‌ଚରିତ୍ରଯୁକ୍ତ ଓ ତେଜୀୟାନ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ମିଳିପାରେ।
କର୍କଟ : ପରିଶ୍ରମ ଯେତେ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ଜଳଜାତ ଦ୍ରବ୍ୟରୁ ଧନ ମିଳିପାରେ। ଭୂମି-ଗୃହାଦି ସମ୍ପଦ ଭୋଗ କରିପାରନ୍ତି। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇ ପାରନ୍ତି। ସୁଖୀ ହେବେ।
ସିଂହ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ପରଧନରେ ଧନୀ ହେବେ। ଦେବଦର୍ଶନ ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।
କନ୍ୟା : ସରକାରୀ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ସୁବର୍ଣ୍ଣ, ମଣି, ମୁକ୍ତା ରତ୍ନାଦି ବ୍ୟବସାୟରୁ ଧନ ଲାଭ ହୋଇପାରେ। ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍‌ କରିପାରେ। ସୁସ୍ଥ ରହିବେ।
ତୁଳା : ଚିତ୍ରବିଦ୍ୟା ପାରଦର୍ଶୀ ହେବେ। ପୁଣ୍ୟ କର୍ମଶୀଳ, ସମ୍ପତ୍ତିବାନ୍‌ ଓ ଶ୍ରେଷ୍ଠ ପଦ-ପଦବୀଯୁକ୍ତ ହେବେ। ସୁସ୍ବାଦୁ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ରୋଜଗାରକ୍ଷମ ହେବେ।
ବିଛା : ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଚକ୍ଷୁରେ ସାମୟିକଭାବେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଚୋରି ଭୟ ଅଛି। ମଧୁର କଥାରେ ପରକୁ ଆପଣାର କରିବେ।
ଧନୁ : ବିଭାଗୀୟ ସ୍ତରରୁ ଅର୍ଥପ୍ରାପ୍ତର ସୂଚନା ମିଳୁଛି। ମହାନ୍‌ ପୌରୁଷର ଅଧିକାରୀ ହୋଇପାରନ୍ତି। ପୁଷ୍ପ ଓ ବସନ ବ୍ୟବସାୟ ଲାଭଜନକ ହେବ। ଅଧିକ ଅଭିଜ୍ଞତା ଅର୍ଜନ ପାଇଁ କାର୍ଯ୍ୟ କରିଚାଲିବେ।
ମକର : ପରୋପକାରୀ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ। ଆର୍ଥିକ ସ୍ଥିତି ଉନ୍ନତମାନର ହେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।
କୁମ୍ଭ : ପ୍ରଭୁ ପାଦରେ ତଥା ଧର୍ମୀୟ କାର୍ଯ୍ୟରେ ମନ, ଶରୀର ଓ ଆତ୍ମାକୁ ସମର୍ପଣ କରିପାରନ୍ତି। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।
ମୀନ : ସେବାପୂଜାରେ ରିଷ୍ଟ ଖଣ୍ଡନ କରିପାରନ୍ତି। କାୟ ମନୋବାକ୍ୟରେ ଧର୍ମ ଆଚରଣ କରିବେ। ଶୁଭକାର୍ଯ୍ୟକୁ ସ୍ଥଗିତ ରଖିପାରନ୍ତି। ଯାନବାହନ ଚଳାଚଳରେ ସତର୍କ ରହିବେ। ଖଳ ପ୍ରକୃତି ବନ୍ଧୁଙ୍କୁ ତ୍ୟାଗ କରିବେ।

Comments are closed.