ଗୁରୁବାର ରାଶିଫଳ (୧୮.୧୧.୨୦୨୧)

ମେଷ: ବିଭିନ୍ନ ସୂତ୍ରରୁ ଆୟ ବୃଦ୍ଧି ହେବ। ଶତ୍ରୁଘାତୀ ହୋଇପାରନ୍ତି। ସର୍ବଲୋକ ପୂଜ୍ୟ ହୋଇପାରନ୍ତି। ବହୁଭୋଜକ ହେବେ। ଚଞ୍ଚଳମନା, ଧନଶାଳୀ, ଲୋଭୀ ଓ ବିଚକ୍ଷଣ କାର୍ଯ୍ୟନିର୍ବାହୀ ହେବାର ସୂଚନା ମିଳୁଛି।
ବୃଷ: ଦୁଶ୍ଚିନ୍ତା ମଧ୍ୟରେ ଗତି କରିପାରନ୍ତି। ଦେବ କାର୍ଯ୍ୟରେ ନିୟୋଜିତ ହେବେ। ଧାତୁବାଦରେ ଧନ ବ୍ୟୟ କରିପାରନ୍ତି। ବିଚିତ୍ର ବସ୍ତ୍ର ପରିଧାନରେ ମନ ବଳାଇବେ। ଛଳନାପୂର୍ଣ୍ଣ କଥାରେ ପରକୁ ଆପଣାର କରିବେ।
ମିଥୁନ: ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ପତିପତ୍ନୀ ପ୍ରୀତିପୂର୍ଣ୍ଣ ହେ‌େବ। ବସ୍ତ୍ର ଓ ଧନ ସହିତ ପୁଷ୍ପାଭରଣ ହୋଇପାରନ୍ତି। ଖାଦ୍ୟପେୟ ସୁଖବୋଧ ହେବ। ସାମାଜିକ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ।
କର୍କଟ: କର୍ମଚଞ୍ଚଳ ରହିବେ। ଚାରାରୋପଣ ଉପରେ ଗୁରୁତ୍ବ ଦେବେ। ଘାଟ ନିଲାମରୁ ଭଲ ଆୟ ହେବ। କୂପ ଖନନରେ ଭଲ ଆୟ କରିବେ। ସରକାରଙ୍କ କୃପାପାତ୍ର ହେବେ। ଶୁଭକାର୍ଯ୍ୟ ସମ୍ପାଦିତ କରିପାରନ୍ତି।
ସିଂହ: ଭ୍ରମଣ ଲାଭଦାୟକ ହୋଇପାରେ। ସ୍ବଧର୍ମ କ୍ରିୟାରତ ହେବେ। ମହାନ୍‌ ପ୍ରଭାବଶାଳୀ ହୋଇପାରନ୍ତି। ନାନା ବିଭବରେ ମଣ୍ଡିତ ହେବେ। ଅଜାତ ଶତ୍ରୁ ହେବା ଆଶା କରାଯାଏ। ଶିଳ୍ପଦ୍ୟୋଗୀ ହେବାର ସମ୍ଭାବନା ଅଛି।
କନ୍ୟା: ପ୍ରିୟଭାଷୀ ହେବେ। ଧନ ଓ ଯାନବାହନ ଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ। ଉପଯୁକ୍ତ ସହଯୋଗୀ ମିଳିବେ। ଦେବ ପୂଜା ନିରତ ହେବେ। ନିତ୍ୟାନନ୍ଦ ଭୋଗ କରିବେ।
ତୁଳା: ବନ୍ଧୁ ସୁଖ ମିଳିବ। ପତ୍ନୀ ଗୁଣବତୀ ହେବେ। ପଦାର୍ଥପ୍ରିୟ ହୋଇପାରନ୍ତି। ଧର୍ମକାର୍ଯ୍ୟ ସମ୍ପାଦିତା ଓ ବିନୀତ ହେବେ। ଜନସେବାକୁ ବ୍ରତଭାବେ ଗ୍ରହଣ କରିବେ। ବାଣିଜ୍ୟ ଲାଭପ୍ରଦ ହେବ।
ବିଛା: କୌଶଳରେ ଧନସଂଗ୍ରହ କରି ଧନୀ ହେବେ। ରଜତ ଧନଦ୍ବାରା ଧନଶାଳୀ ହେବେ। ଅପାର ଗୁଣର ଅଧିକାରୀ ହେବେ। ଦୟାଳୁ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ରାଜପୂଜା ଯୁକ୍ତ ହେବେ। ସର୍ବସୁଖ ମିଳିବ।
ଧନୁ: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ପାଇବେ। ପୁତ୍ର ପ୍ରାପ୍ତିର ସୂଚନା ମିଳୁଛି। ସତ୍‌ଚରିତ୍ରଯୁକ୍ତ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ସେବାପ୍ରିୟ ଓ ମାନ-ସମ୍ମାନଯୁକ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ।
ମକର: ଜଳାଶୟରୁ ଲାଭବାନ୍‌ ହେବେ। ପିତୃସେବାରୁ ଓ ଗୃହକର୍ମାଦିରୁ ସୁଖ ମିଳିବ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ବୀ ହେବେ। ଧନଶାଳୀ ହେବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବାର ସମ୍ଭାବନା ଅଛି।
କୁମ୍ଭ: ଶ୍ରମ ସାର୍ଥକ ହେବ। ସତ୍ୟଯୁକ୍ତ ଓ ସୁଶୀଳ ହେବେ। ପଣ୍ଡିତମାନଙ୍କ ସହିତ ମିତ୍ରତା ସ୍ଥାପନ କରିବା ସହିତ କୃତଜ୍ଞ ହେବେ। ସର୍ବତ୍ର ବିଜୟୀ ହେବାର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ।
ମୀନ: ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ବହୁ ଉପାୟରେ ଧନ ଅର୍ଜନ କରିପାରନ୍ତି। ଉପବାସାଦି ଧର୍ମକ୍ରିୟାରେ, ବିଦ୍ୟା ପ୍ରଭାବରେ, ବ୍ୟବସାୟରେ ଓ ମାତା-ପିତାଙ୍କ ଆଶୀର୍ବାଦରୁ ଧନଲାଭ କରି ସୁଖୀ ହେବେ।

Comments are closed.