ଗୁରୁବାର ରାଶିଫଳ (୦୪/୧୧/୨୦୨୧)

ମେଷ: ଧୈର୍ଯ୍ୟଧରି କାର୍ଯ୍ୟ କଲେ ଅସାଧ୍ୟ ସାଧନ କରିପାରିବେ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭଖବର ମିଳିବ। ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି। ଋଣ ପରିଶୋଧ କରିବେ।
ବୃଷ: ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଲଟେରି କିମ୍ବା ସେୟାର ମାର୍କେଟରୁ ଧନପ୍ରାପ୍ତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସସମ୍ବାଦ ପାଇ ଖୁସି ହେବେ। ବିଦ୍ୟାର୍ଥୀ ପଢ଼ାପଢ଼ି ପ୍ରତି ଧ୍ୟାନ ଦେବେ।
ମିଥୁନ: ପରିଶ୍ରମ ଯେତେ କଠିନ ହେଉ ନା କାହିଁକି ତା’ର ମୂଲ୍ୟ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠାସନ ପାଇପାରନ୍ତି। ଯାନବାହନ ସୁଖ ମିଳିବ। ବସ୍ତ୍ର ଓ ପୁଷ୍ପ ବ୍ୟବସାୟ ଲାଭଜନକ ହେବ। ଗୃହ ସୁଖ ମିଳିବ।
କର୍କଟ: ଶ୍ରମ ସାର୍ଥକ ହେବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବାର ସୂଚନା ମିଳୁଛି।
ସିଂହ: ଲୋଭଗ୍ରସ୍ତ ହୋଇପାରନ୍ତି। ବନଜାତ ଦ୍ରବ୍ୟରୁ ଧନ ପ୍ରାପ୍ତ ହେବେ। ପରୋପକାରୀ ହେବେ। ନିଜ ପରାକ୍ରମରେ ଉପାର୍ଜନକ୍ଷମ ହେବେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ନୀତିନିଷ୍ଠ ଓ ମତିମାନ୍ ହେବେ।
କନ୍ୟା: ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧିବଳରେ କାର୍ଯ୍ୟ କରିବେ। ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁସୂତ୍ରରୁ ଲାଭ ମିଳିବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ତୁଳା: ଚତୁରତାର ସହ କାର୍ଯ୍ୟ କରିବେ। ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହୋଇପାରନ୍ତି। ଏକାନ୍ତରେ ସମୟ ବିତାଇବାକୁ ଇଚ୍ଛା କରିବେ। ଚଞ୍ଚଳଚେଷ୍ଟିତ ହେବେ। ମଧୁର ବଚନ କହିବେ। ବ୍ୟୟ ଅଧିକ ହେବ।
ବିଛା: ସୁସମ୍ବାଦ ଶୁଣି ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଓ ଅଭିଜ୍ଞତା ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରି କି ସରକାରୀ ସ୍ତରରୁ ଅର୍ଥ ମିଳିବ।
ଧନୁ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଶୁଭ ସମାଚାର ମିଳିପାରେ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ।
ମକର: ଉଦାର ସ୍ବଭାବର ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ମିଳିବ ଓ ତା’ର ସଦ୍ ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ। ପ୍ରତିଯୋଗିତାରେ ବିଜୟୀ ହେବାର ସମ୍ଭାବନା ଅଛି।
କୁମ୍ଭ: ମନ ଚଞ୍ଚଳ ରହିବ। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ନିଜ ନିଷ୍ପତ୍ତିରେ ଅଟଳ ରହିବେ। ଆର୍ଥିକ ସମସ୍ୟା ଦେଖା ଦେଇପାରେ। ଅଧସ୍ତନମାନଙ୍କଠାରୁ ଆଶ୍ବାସନା ମିଳିବ। ସତର୍କରେ ଚଳିବାକୁ ପଡ଼ିବ।
ମୀନ: ବନ୍ଧୁ-ପରିଜନଙ୍କର ପ୍ରୀତିଲାଭ କରିପାରନ୍ତି। ଦିନ ଭିତରେ ଯାହା ଘଟଣା ଘଟିବ, ସବୁ ସୁଖବୋଧ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ।

Comments are closed.