ଗୁରୁବାର ରାଶିଫଳ

ମେଷ: ବିଭିନ୍ନ ସ୍ତରରୁ ସାହାଯ୍ୟ ସହଯୋଗ ପାଇବେ। ବ୍ୟବସାୟ ଲାଭଜନକ ହେବ। ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀ ପରାୟଣ ହୋଇପାରନ୍ତି।

ବୃଷ: ଧନ ସଞ୍ଚୟ ପାଇଁ ଆଗ୍ରହୀ ହେବେ। ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ସହଜରେ ସମ୍ପାଦନ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ ଶ୍ରଦ୍ଧା ରହିବ। ସୁସ୍ଥ ଓ ନିରାମୟ ରହି ଶତ୍ରୁ ଦମନ କରିବେ।

ମିଥୁନ: ଦେହ ଭଲ ରହିବ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଚଞ୍ଚଳ ପ୍ରକୃତିର ହେବେ। ଆସନ୍ନ ପ୍ରସବା ଥିଲେ କନ୍ୟା ସନ୍ତାନ ଜାତ ହୋଇପାରେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ।

କର୍କଟ: ଦିଅଁ ଦର୍ଶନର ସୁଯୋଗ ମିଳିପାରେ। ଉଦାର ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବେ। ସୁଖୀ ହେବେ। ସମ୍ମାନସ୍ପଦ ବ୍ୟକ୍ତି-ବିଶେଷ ହୋଇପାରନ୍ତି। କୃଷି କର୍ମକାରୀ ହେବେ। ଜଳ ପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହେବେ।

ସିଂହ: ଗୁରୁଜନଙ୍କ ସ୍ନେହାଧୀନ ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା କଫ ଜନିତ ସାମାନ୍ୟ ପୀଡ଼ା ଭୋଗ କରିବେ। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ।

କନ୍ୟା: ଗୁରୁଜନଙ୍କ ପ୍ରିୟ ଭାଜନ ହେବେ। ଆଳସ୍ୟ ପରିତ୍ୟାଗ କଲେ ବହୁ ସୁଫଳର ଅଧିକାରୀ ହୋଇପାରନ୍ତି। ସୌଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ଲାଭ କରିବେ।

ତୁଳା: ଦାୟିତ୍ବବାନ୍‌ ହୋଇପାରନ୍ତି। ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହେବେ। ନିଜେ କରିଥିବା ସୁକର୍ମ ପାଇଁ ଆତ୍ମ ସନ୍ତୋଷ ଲାଭ କରିବେ। ଐଶ୍ବର୍ଯ୍ୟଯୁକ୍ତ ହେବେ। ମୋକଦ୍ଦମାରେ ବିଜୟୀ ହେବା ସହ ଧନଲାଭ ହେବ। ସୁସ୍ବାଦୁ ଖାଦ୍ୟ ମିଳିବ।

ବିଛା: ଅଜଣା ଲୋକ ଦ୍ବାରା ଉପକୃତ ହେବେ। ବାଧା-ବିଘ୍ନକୁ ଏଡ଼ାଇ କାର୍ଯ୍ୟ କରି ଚାଲିବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ଏକାନ୍ତପ୍ରିୟ, ନେତ୍ରଭୋଗୀ ଓ ମଧୁରଭାଷୀ ହେବେ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି।

ଧନୁ: ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭର ସୁଯୋଗ ସୃଷ୍ଟି ହୋଇଛି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସମ୍ମାନିତ ହେବେ।

ମକର: ସରକାରଙ୍କ କୃପା ପାତ୍ର ହୋଇ ଆତ୍ମ-ସନ୍ତୋଷ ଲାଭ କରିବେ। କୁଳ ଉଳ କରିପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପାରିବାରିକ ସୁଖ ମିଳିବ।

କୁମ୍ଭ: ଯେତେ ବିଶୃଙ୍ଖଳା ଉପୁଜିଲେ ବି, କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌ ଓ ସାହସୀ ହେବେ।

ମୀନ: କେତେକ ଅବାଞ୍ଛିତ ଘଟଣା ଘଟି ପାରେ। ସୁଖ ମିଳିବା କଷ୍ଟସାଧ୍ୟ ହେବ। ସ୍ବାଭିମାନୀ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

Comments are closed.