ବଜ୍ରାଘାତରେ ଜଣେ ମୃତ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ବିନେସପୁର ଗାଁର ସାଙ୍ଗନା କାଡ୍ରାକା ଓ ତାଙ୍କ ଝିଅ ସୁଭଦ୍ରା କାଡ୍ରାକା କପା ବାଡି଼କୁ ଯାଇ ଗଛରେ ଔଷଧ ପକାଇବା ବେଳେ ଅପରାହ୍ନ ସମୟରେ ଅଚାନକ ବିଜୁଳି ଘଡ଼ ଘଡି ସହ ବର୍ଷା ହେବା ଯୋଗୁଁ ଦୁହେଁ ବର୍ଷାରୁ ରକ୍ଷା ପାଇବା ପାଇଁ ନିକଟସ୍ଥ ଗଛମୂଳେ ଆଶ୍ରୟ ନେଇଥିଲେ। ସେତେବେଳେ ଅଚାନକ ବଜ୍ରାଘାତ ହେବାରୁ ବାପା ଓ ଝିଅ ଅଚେତ ହୋଇ ପଡିରହିଥିଲେ। କିଛି ସମୟ ପରେ ଝିଅର ଚେତା ଆସିବା ପରେ ସେ ବାପାକୁ ଉଠାଇଥିଲେ। ମାତ୍ର ସେ ନ ଉଠିବାରୁ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ଅବସ୍ଥା ଗୁରୁତର ହୋଇଥିବାର ଦେଖି ଆମ୍ବୁଲାନ୍ସକୁ ଯୋଗା ଯୋଗ କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରୋଗୀକୁ ଦେଖି ମୃତ୍ୟୁ ଘୋଷଣା କରିଥିଲେ। ଉକ୍ତ ଖବର ପାଇ ଥାନା ଏସଆଇ ରଞ୍ଜନ ନାଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିଛନ୍ତି। ଆସନ୍ତା କାଲି ଶବ ବ୍ୟବଛେଦ କରାଯିବ।

Comments are closed.