ବଜ୍ରାଘାତରେ ୩ ଯୁବକଙ୍କ ମୃତ୍ୟୁ

ଉଦଳା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ବଡ଼ପଥରା ଗ୍ରାମରେ ଶୁକ୍ରବାର ବଜ୍ରାଘାତରେ ତିନି ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ତିନି ଜଣ ଯୁବକଙ୍କ ବୟସ ୨୬ରୁ ୨୮ବର୍ଷ ଭିତରେ ହୋଇଥିବା ସୂଚନା ମିଳିଛି। ମୃତକ ତିନି ଜଣ ଯୁବକ ବଡ଼ପଥରା ଗ୍ରାମ ପାଖ ଗାଡିଆକୁ ମାଛ ଧରି ଯାଇଥିବାବେଳେ ବଜ୍ରପାତ ହୋଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

 

Comments are closed.