ମୁରିବାହାଲରେ ପୁଣି କାଳ ବୈଶାଖିର ତାଣ୍ଡବ

ମୁରୀିବାହାଲ: ବଲାଙ୍ଗିର ଜିଲା ମୁରିବାହାଲ ବ୍ଳକରେ ହୋଇଥିବା ଭୟଙ୍କର କାଳ ବୈଶାଖିର ୮ଦିନ ନପୁରୁଣୁ ପୁଣି ଏକ କାଳ ବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନ ୫ଟା ସମୟରେ ହୋଇଥିବା କାଳ ବୈଶାଖିରେ ମୁରିବାହାଲ ବ୍ଳକରେ ବହୁ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ବର୍ଷା ସହ ପ୍ରବଳ ବେଗରେ ପବନ ବହିବାରୁ ରାସ୍ତାକଡ଼ରେ ଥିବା ବଡ଼ ବଡ଼ ଗଛ ଉପୁଡି ପଡ଼ି ରାସ୍ତା ଅବରୋଧ ହୋଇଛି। ଫଳରେ ଲୋକେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି।

ଏହା ସହିତ ବିଦ୍ୟୁତ ତାର ମଧ୍ୟ ଅନେକ ସ୍ଥାନରେ ଛିଣ୍ଡି ପଡ଼ିଛି। ବ୍ଳକ ପାଖରେ ରହୁଥିବା ଶିବ ବାଗ, ସୁଦର୍ଶନ କରୁଆ, ଭୀମ ବାଗଙ୍କ ଘର ଉପରେ ଗଛ ପଡ଼ିଯିବାରୁ ସେମାନଙ୍କର ବହୁ କ୍ଷୟକ୍ଷତି ହୋଇଛି। ତହସିଲ ଅଫିସରେ ମଧ୍ୟ ଗଛପଡ଼ି ବହୁ କ୍ଷୟ କ୍ତି ହୋଇଥିବା ଜଣାପଡ଼ିଛି। ମୁରିବାହାଲ ବସ୍ତିର ପ୍ରାଥମିକ ବିଦ୍ୟାଳୟର ଆଜବେଷ୍ଟସ ସମ୍ପୂର୍ଣ୍ଣ ଉଡ଼ାଇ ନେଇଛି। ସେହିପରି ଭୋଇ ପଡ଼ାର ପେଟୁ ଭୋଇଙ୍କ ଘରେ ଗଛପଡ଼ି ଯିବାରୁ ଘର ଭାଙ୍ଗି ଚୁରମାର ହୋଇଯାଇଛି। ସପ୍ତାହକ ମଧ୍ୟରେ ଦୁଇ ଦୁଇ ଥର କାଳବୈଶାଖି ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି।

Comments are closed.