ବଜ୍ରପାତରୁ କେମିତି ରହିବେ ସୁରକ୍ଷିତ

ସମ୍ପ୍ରତି ବଜ୍ରପାତ ଦେଶରେ ଏକ ପ୍ରମୁଖ ବିପର୍ଯ୍ୟୟ ଭାବେ ଦେଖାଦେଇଛି। ପୂର୍ବରୁ ବନ୍ୟା ଯୋଗୁଁ ଦେଶରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟୁଥିବାବେଳେ ବର୍ତ୍ତମାନ ବଜ୍ରପାତରେ ଅଧିକ ଲୋକଙ୍କ ମୃତ୍ୟୁ ହେଉଥିବା ଦେଖାଯାଉଛି। ବଜ୍ରପାତ ଓ ବିଜୁଳି ମାରିବା ଯୋଗୁଁ ଅନେକ ଜୀବନ ହାନି ହେଉଅଛି। ଏଥିରୁ ରକ୍ଷା ପାଇବା ପାଇଁ ନିମ୍ନଲିଖିତ ଉପାୟମାନ ଅବଲମ୍ବନ କରନ୍ତୁ ଯାହା ଦ୍ବାରା ବଜ୍ରପାତରୁ ରକ୍ଷା ପାଇପାରିବେ।

ତେବେ ଆସନ୍ତୁ ବଜ୍ରପାତରୁ ରକ୍ଷାପାଇବାର ଉପାୟ ବିଷୟରେ ଜାଣିବା……….

ଘରେ ଥିଲେ
୧- ଘଡ଼ଘଡ଼ି ସମୟରେ ପାଣି,ବୈଦ୍ୟୁତିକ ଉପକରଣ, କର୍ଡ ଥିବା ଫୋନ୍‍, କଂକ୍ରିଟ ଚଟାଣ ଓ କାନ୍ଥଠାରୁ ଦୂରେଇ ରୁହନ୍ତୁ।
୨- ବଜ୍ରପାତ ସମୟରେ ଘରେ କବାଟ, ଝରକା ବନ୍ଦ ରଖନ୍ତୁ।
୩- ଛାତରେ ବଜ୍ରପାତ ପ୍ରତିରୋଧକ ବ୍ୟବସ୍ଥା ଲଗାନ୍ତୁ।
ବାହାରେ ଥିଲେ
୧- ବାହାରେ ଥିଲେ କୌଣସି ଗାଡ଼ି କିମ୍ବା ଘର ଖୋଜି ଆଶ୍ରୟ ନିଅନ୍ତୁ।
୨- ଯଦି ନିକଟରେ ଏପରି ସୁବିଧା ନାହିଁ, ତା’ହେଲେ ପାଣି କିମ୍ବା ଗଛଠାରୁ ଦୂରେଇ ରୁହନ୍ତୁ।
୩- ହଠାତ୍‍ ବଜ୍ରପାତ ହେଲେ ଆଣ୍ଠୁ ବଙ୍କା କରି ଛାତି ଲଗାଇ ବସି ପଡ଼ନ୍ତୁ।
୫- ଭୁଲରେ ଭୂମି ଉପରେ ଶୋଇବେ ନାହିଁ।
୪- ଖୋଲା ପଡ଼ିଆରେ କେବେ ରୁହନ୍ତୁ ନାହିଁ।
୫- ଯେତେ ତଳୁଆ ହୋଇ ବସିପାରିବେ ସେତେ ଭଲ।
୬- ବିଜୁଳି ମାରୁଥିବାବେଳେ ଗୁମ୍ଫା କିମ୍ବା ପାହାଡର଼ ଶୀର୍ଷ ଦେଶ ବି ବିପଜ୍ଜନକ। ତେଣୁ ସେସବୁ ସ୍ଥାନରେ ଆଶ୍ରୟ ନିଅନ୍ତୁ ନାହିଁ।
୭- କେତେକ କ୍ଷେତ୍ରରେ ତମ୍ବୁ ତଳେ ଏହି ସମୟରେ ରହିବା ବି ବିପଜ୍ଜନକ ହୋଇଥାଏ।

ବଜ୍ରପାତ ହେଉଥିବା ସମୟରେ ଆପଣ ଯଦି ଘର ବାହାରେ ଥିବେ ଏବଂ ନିଜକୁ ଅସୁରକ୍ଷିତ ମଣୁଥିବେ, ତେବେ ଯଥାଶୀଘ୍ର ନଇଁପଡି ଆଣ୍ଠୁ ବଙ୍କା କରି ଛାତି ତଳକୁ କରି ବସି ପଡନ୍ତୁ। କେବେ ହେଲେ ମଧ୍ୟ ଭୂମିରେ ଚିତ୍ ହୋଇ ଶୁଅନ୍ତୁ ନାହିଁ। ଦୁଇ ଗୋଡର ଗୋଇଠି ଯେପରି ଲାଗି ରହିବ ସେଥିପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ। ଯେପରି ଦୁଇ ପାଦର ଆଙ୍ଗୁଠି ତଳ ଅଂଶ କେବଳ ଭୂମି ସଂସ୍ପର୍ଶରେ ଆସୁଥିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଫଳରେ ବୈଦ୍ୟୁତିକ ଝଟକା ଗୋଡର ଗୋଟିଏ ଗୋଇଠିରୁ ଅନ୍ୟ ଗୋଇଠି ସାହାଯ୍ୟରେ ପ୍ରବାହିତ ହୋଇଥାଏ ଏବଂ ଶରୀରର ଅନ୍ୟ କୌଣସି ଅଙ୍ଗରେ ପ୍ରବାହିତ ହେବାପାଇଁ ବାଧା ଦେଇଥାଏ।

ହାତ ପାପୁଲି ସାହାଯ୍ୟରେ ଦୁଇ କାନକୁ ବନ୍ଦ ରଖନ୍ତୁ। ଏହାଦ୍ବାରା ବଜ୍ରପାତ ସମୟ​‌ରେ ଉତ୍ପନ୍ନ ଶବ୍ଧରୁ କାନକୁ ରକ୍ଷା ମିଳିଥାଏ।

 

 

Comments are closed.