କେନ୍ଦ୍ରାପଡ଼ା ତାଳଚୁଆ ଗ୍ରାମରେ ଘୁର୍ଣ୍ଣିଝଡ଼

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲାର ତାଳଚୁଆ ଗ୍ରାମରେ ଘୁର୍ଣ୍ଣିଝଡ଼ର ପ୍ରଭାବ ଦେଖିବାକୁ ମିଳିଛି। ଘୁର୍ଣ୍ଣିଝଡ଼ ପ୍ରଭାବରେ ତାଳଚୁଆ ଗ୍ରାମ ସମେତ ସୈରେନ୍ଦ୍ରପୁର ଓ ଚାଆଁରକୁଳା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଲୋକଙ୍କ ଚାଳଛପର ଘର ଓ ଆଜ୍‌ବେଷ୍ଟେସ୍‌ ଘର ଭାଙ୍ଗିରୁଜି ଯାଇଛି। ଖୁବ୍‌ କମ୍‌ ସମୟରେ ଏସବୁ ଗ୍ରାମରେ ଘୁର୍ଣ୍ଣିଝଡ଼ ନିଜର ତାଣ୍ଡବ ରଚିଥିଲା ଏବଂ ବ୍ୟାପକ କ୍ଷୟକ୍ଷତି କରିଥିଲା। ଏହି ଘୁର୍ଣ୍ଣିଝଡ଼କୁ ସ୍ଥାନୀୟ ଅଞ୍ଚଳରେ ଖଣ୍ଡିଆ ଭୂତ ବୋଲି ଲୋକେ କହିଥିଲେ।

 

Comments are closed.