ବଜ୍ରାଘାତରେ ୨ ମୃତ ୩ ଗୁରୁତର

କେଶଦୁରାପାଳ :  କେନ୍ଦୁଝର ଜିଲା  ଆନନ୍ଦପୁର ଥାନା ଅନ୍ତର୍ଗତ ବାଉଶଗଡ଼ ଓ ପଦ୍ମପୁର ଗ୍ରାମରେ ରବିବାର ବଜ୍ରାଘତାରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି । ପଦ୍ମପୁର ଗ୍ରାମର ୩ଜଣ ଗୁରୁତର ହୋଇଥିବାବେଳେ ମୃତ ଦୁଇଜଣ ବାଉଶଗଡ଼ ଗ୍ରାମର ଦୁଶାସନ ନାଇକ (୪୫) ଓ ଭଗବତ ନାଇକ(୪୦) ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ବାଉଶଗଡ଼ ଗ୍ରାମର ଦୁଶାସନ ନାଇକ ଓ ଭଗବତ ନାଇକ ଙ୍କ ସହିତ ପଦ୍ମପୁର ଗ୍ରାମର ୩ଜଣ ବ୍ୟକ୍ତି ରବିବାର ବିଲକୁ କାମ କରିବାକୁ ଯାଇଥିଲେ । ଅପରାହ୍ନ ସମୟରେ ଖୁବ୍‌ ଜୋରରେ ବର୍ଷା ହେବା ସହିତ ଘଡଘଡି ବିଜୁଳୀ ମାରିଥିଲା ଫଳରେ ଘଟଣାସ୍ଥଳରେ ବାଉଶଗଡ଼ ଗ୍ରାମର ଦୁଶାସନ ନାଇକ ଓ ଭଗବତ ନାଇକଙ୍କର ମୃତ୍ୟୁ ଘଟିଥିବା ବେଳେ ପଦ୍ମପୁରର ୩ ଜଣ ଗୁରୁତର ହୋଇଥିଲେ । ଖବର ପାଇ ସ୍ଥାନୀୟଲୋକେ ଉଦ୍ଧାରକରି ସେମାନଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଘଟଣା ସ୍ଥଲରେ ଆନନ୍ଦପୁର ପୁଲିସ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ କରି ପରିବବାରଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।

 

Comments are closed.