ବଜ୍ରାଘାତରେ ୨ ମୃତ

କେଶଦୁରାପାଳ : କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ଦୁଇଟି ପୃଥକ ପୃଥକ ଗ୍ରାମରେ ଶୁକ୍ରବାର ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ଆନନ୍ଦପୁର ଥାନା ଅନ୍ତର୍ଗତ ଡଅଁର ଗ୍ରାମର ନିରାକାର ମଲିକ (୩୫) ଆଜି ଦିନରେ ବିଲକୁ ସାର ପକାଇବାକୁ ଯାଇ ଥିବା ବେଳେ ସନ୍ଧ୍ୟା ସମୟରେ ଖୁବ୍‌ ଜୋରରେ ବର୍ଷା ହେବା ସହିତ ଘଡ ଘଡି ବିଜୁଳ ମାରିଥିଲା ।ଫଳରେ ନିରାକାର ଘଟଣାସ୍ଥଳରେ ଟଳି ପଡ଼ିଥିଲେ ।  ଖବର ପାଇ ପରିବାର ଲୋକ ନିରାକାରକୁ ଶାଳନିଆ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ନ ଥିବା କାରଣରୁ ପରେ ଆନନ୍ଦପୁର ଡାକ୍ତରଖାନାକୁ ଆଣାଯାଇଥିଲା । ସେଠାରେ ଡାକ୍ତର ନିରାକାରକୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି ।

ସେହିପରି ନାରାୟଣ ବାରିକ ନାମକ ବ୍ୟକ୍ତି ଜଣଙ୍କୁ ବଜ୍ରପାତ ହୋଇଥିବା ବେଳେ ୧୦୮ ଯୋଗେ ଶାଳନିଆ ଡାକ୍ତରଖାନାକୁ ଆଣାଯାଇଥିଲା । ହେଲେ ହସପିଟାଲରେ ଡାକ୍ତର  ନ ଥିବାରୁ ନାରାୟଣକୁ ଆନନ୍ଦପୁର ଡାକ୍ତରଖାନାକୁ ଆଣାଯାଇଥିଲା । ହେଲେ ସେଠାରେ ଡାକ୍ତର  ନାରାୟଣଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ।

Comments are closed.