ବଜ୍ରପାତରେ ୫ଯୁବତୀ ଗୁରୁତର

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ରାଇସିଲ ଗ୍ରାମରେ ଶନିବାର ବଜ୍ରାଘାତରେ ୫ଜଣ ଯୁବତୀ  ଗୁରୁତର ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ରାଇସିଲ୍ ଗ୍ରାମରେ ଶନିବାର ସନ୍ଧ୍ୟା ସମୟରେ ସପ୍ତାହିକ ହାଟ କରି ଅନେକ  ଯୁବତୀ ପାହାଡ଼ିଆ ରାସ୍ତାଦେଇ ଚାଲିଚାଲି ଯାଉଥିଲେ । ଏହି ସମୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲ। ୫ ଜଣ ଯୁବତୀ ବଜ୍ରଘାତର ଶିକାର ହୋଇଥିଲେ । ବଜ୍ରଘାତରେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଲକ୍ଷ୍ନୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସ ନ ମିଳିପାରିବାରୁ ଅନ୍ୟ ୪ଜଣ ଯୁବତୀ ଗାଁରେ ରହିଯାଇଥିବା ଜଣାପଡ଼ିଛି ।

Comments are closed.