ପ୍ରଥମ ଦିନ ୫୦ କୋଟି, ପଞ୍ଚମ ଦିନ ୫.୫୦କୋଟି : ଠଗ୍ସ ଅଫ ହିନ୍ଦୁସ୍ତାନ

0

ମୁମ୍ବଇ : ବିଗ ବି ଅମିତାଭ ବଚ୍ଚନ ଓ ପରଫେକ୍ଟନିଷ୍ଟ ଅମୀର ଖାନ ଅଭିନୀତ ଚଳଚ୍ଚିତ୍ର ଠଗ୍ସ ଅଫ ହିନ୍ଦୁସ୍ତାନ ଦର୍ଶକ ମାନଙ୍କୁ ବେସ ପସନ୍ଦ ଆସିନାହିଁ। ସିନେମାଟି ପ୍ରଥମ ଦିନ ୫୦କୋଟିରୁ ଉର୍ଦ୍ଧ ବ୍ୟବସାୟ କରିଥିବାବେଳେ ପଞ୍ଚମ ଦିନ ୫୦.୫୦ କୋଟି ଟଙ୍କା ବ୍ୟବସାୟ କରିଛି। ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ପଦର୍ଶନ କରିବା ଆସା କରାରଯାଉଥିଲା। ମାତ୍ର ଏହା ଦର୍ଶକଙ୍କୁ ପସନ୍ଦ ଆସିନାହିଁ। ଚଳଚ୍ଚିତ୍ରଟି ପ୍ରଥମ ଦିନ ୫୦.୭୫କୋଟି ଟଙ୍କା ବ୍ୟବସାୟ କରିଥିଲା। ମାତ୍ର ଦ୍ୱିତୀୟ ଦିନ ୨୮.୨୫କୋଟି, ତୃତିୟ ଦିନ ୨୨.୭୫କୋଟି, ଚତୁର୍ଥ ଦିନ ୧୭.୨୫ କୋଟି ଏବଂ ପଞ୍ଚମ ଦିନ ୫.୫୦ କୋଟି ଟଙ୍କାର ବ୍ୟବସାୟ କରିଛି। ଏହି ଚଳଚ୍ଚିତ୍ରରେ ବିଜୟ କୃଷ୍ଣା ଆଚାର୍ୟ୍ୟ ନିର୍ଦେଶନା ଦେଇଥିଲାବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଆଦିତ୍ୟ ଚୋପ୍ରା। ଏହାସହ ଏଥିରେ ବିଗ ବି ଅମିତାଭ ବଚ୍ଚନଙ୍କ ସହ ପ୍ରଥମ ଥର ପାଇଁ ଅମୀର ଖାନ ଅଭିନୟ କରିଥିଲେ।

Leave A Reply