ବିହାର ଓ ଉତରପ୍ରଦେଶରେ ବଜ୍ରପାତ ; ୧୧୬ ମୃତ

ନୂଆଦିଲ୍ଲୀ : ବିହାର ଓ ଉତରପ୍ରଦେଶରେ ଗତ ୨ଦିନରେ ପ୍ରବଳ ବର୍ଷା ସହ ବଜ୍ରପାତରେ ପ୍ରାୟ ୧୧୬ ଜଣଙ୍କର ମୃତ୍ୟୁ ହୋଇଛି। ବିହାରରେ ଝଡ଼ତୋଫାନ ଓ ବଜ୍ରପାତରେ ମୃତକଙ୍କ ସଂଖ୍ୟା ୯୨କୁ ବୃଦ୍ଧି ପାଇଛି। ଏହାସହ ଉତରପ୍ରଦେଶରେ ଗୁରୁବାର ସୁଦ୍ଧା ବଜ୍ରପାତରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି।
ଏହି ଘଟଣା ପରେ ଗୁରୁବାର ଦିନ ବିହାରର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।
ଲକ୍ଷେ୍ନøରେ ଅଧିକାରୀଙ୍କ ମତରେ ସେହିପରି ଉତରପ୍ରଦେଶରେ ବଜ୍ରପାତରେ ୨୪ ଜଣଙ୍କ ମୃତ୍ୟୁ ଓ ୧୨ ଜଣ ଆହତ ହୋଇଛନ୍ତି। ଗତ ବୁଧବାର ମଧ୍ୟ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝଡ଼ତୋଫାନ ଓ ବଜ୍ରପାତରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପାଇଁ ଓ ତାଙ୍କ ପରିବାର ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି।

Comments are closed.